ବନ୍ଧୁକ ମୁନରେ ଲୁଟିନେଲେ ସୁନା ଚେନ

ବୌଦ୍ଧ, କାବ୍ୟବ୍ରତ ସାହୁ : ବନ୍ଧୁକ ମୁନରେ ଲୁଟ । ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନୁମୁଣ୍ଡା ଥାନା ଗରିଆପଲି ଗାଁରେ । ସେହି ଗାଁର ରାଜେନ୍ଦ୍ର ନାଏକଙ୍କ ଘରେ 5 ଦୁର୍ବୁତ୍ତ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଗୋଟିଏ ସୁନା ଚେନ ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ ଘରେ ରାଜେନ୍ଦ୍ର ଥିବା ସମୟରେ 5 ଜଣ ଦୁର୍ବୁତ୍ତ 3 ଟି ବାଇକରେ ଆସି ପରିବାର ଲୋକଙ୍କୁ ମାଡ଼ ମାରି ଗୋଟିଏ ସୁନା ଚେନ ସହ ଟଙ୍କା ଲୁଟିବା ପାଇଁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ସେଠାରେ ପହଁଚିବାରୁ ସେଠାରୁ ଲୁଟେରାମାନେ ଫେରାର ହୋଇଯାଇଥିଲେ । ଖବର ପାଇ ମାନମୁଣ୍ଡା ପୋଲିସ ସେମାନଙ୍କୁ ପିଛା କରି ମଧ୍ୟ ଧରିବାରେ ସଫଳ ହୋଇନଥିଲା । ତେବେ ସେମାନେ ବ୍ୟବହାର କରିଥିବା ଏକ ବନ୍ଧୁକ ଓ 2 ବାଇକ ପୋଲିସ ଜବତ କରିଛି । ପରିବାର ଲୋକଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚଳାଇଛି ।

Comments are closed.