ଆସନ୍ତା ଶନିବାର ଓ ରବିବାର ସମ୍ବଲପୁର ଜିଲ୍ଲା ହେବ ସଟଡାଉନ

ସମ୍ବଲପୁର, ତୁସବନ୍ତ ଯୋଶୀ ଏବଂ ନବୀନ ଦାଶ : ଆସନ୍ତା ଶନିବାର ଓ ରଵିବାର ସମ୍ବଲପୁର ଜିଲ୍ଲା ହେବ ସଟଡାଉନ । ୧୧ ଓ ୧୨ ତାରିଖ ଦୁଇ ଦିନ ଧରି ୪୮ ଘଣ୍ଟିଆ ସଟଡାଉନ ହେବ । ତେଵେ କେବଳ ଜରୁରୀ ସେବାକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ହେବା ସହ ଯାନବାହାନ ଚଳାଚଳ ବନ୍ଦ ହେବ । ତେଵେ ଏନେଇ ସମ୍ବଲପୁର ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଲି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୮ ଥିବା ବେଳେ ୫୮ ପଜିଟିଭ ଓ ୫୦ ସୁସ୍ଥ ରହିଛନ୍ତି । ତେବେ ପୁର୍ଵରୁ ମଧ୍ୟ ଗତ ରବିବାର ପ୍ରଥମ କରି ଜିଲ୍ଲାପ୍ରଶାସନ ପକ୍ଷରୁ ୨୪ ଘଣ୍ଟା ପାଇଁ ସଟଡାଉନ କରାଯାଇଥିଲା ।

Comments are closed.