ଚାଷ ଜମିରୁ ବିରାଟ ଅଜଗର ସାପ ଉଦ୍ଧାର

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଜଂକିଆ ଥାନା ଅନ୍ତର୍ଗତ ହଜ ଗ୍ରାମପଞ୍ଚାୟତ ହଜ ଗ୍ରାମ ନିକଟସ୍ଥ ରତ୍ନାକର ଚୈହାନଙ୍କ ଫସଲ ଜମିରୁ ଏକ ଅଜଗର ସାପ ଉଦ୍ଧାର । ଲୋକେ ସାପକୁ ଦେଖି ଭୟଭୀତ ହୋଇ ବସନ୍ତକୁ ଖବର ଦେଇଥିଲେ । ଖବର ପାଇ ବସନ୍ତ ହଜରେ ପହଞ୍ଚି ସାପକୁ ସୁରକ୍ଷିତ ଭାବରେ ଧରିଛନ୍ତି।ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲଫ ଲାଇନ ସଦସ୍ୟ ବସନ୍ତ କୁମାର ବେହେରା । ସାପଟିର ଲମ୍ବ ୧୦ଫୁଟ ହେବ।ସାପଟିକୁ ଧରି ବନବିଭାଗ କୁ ହସ୍ତାନ୍ତର କରାଯାଇଛି । ଅପରପଟେ ଆଖପାଖ ଅଂଚଳରେ କେଉଁଠି ସାପ ଦେଖିଲେ ବସନ୍ତ ଖବର ପାଇ ପହଞ୍ଚି ସାପକୁ ଧରି ଜଂଗଲରେ ଛାଡି ଦିଅନ୍ତି |

Comments are closed.