ରାଜ୍ୟ ସରକାର ଯୁବପିଢ଼ୀଙ୍କୁ ନିଯୁକ୍ତିର ମରିଚିକା ଦେଖାଉଛନ୍ତି : କଂଗ୍ରେସ

ଭୁବନେଶ୍ୱର : ତା ୧୫.୧- ଗତ ୧୦.୦୧.୨୦୨୨ ତାରିଖ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମରେ ସରକାରୀ ଚାକିରୀର ସର୍ବନିମ୍ନ ବୟସସୀମା ସାଧାରଣ ବର୍ଗଙ୍କ ପାଇଁ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଥିବା ସ୍ଥଳେ ଅନୁସୂଚୀତ ଜାତି, ଜନଜାତି ମହିଳାମାନଙ୍କ ପାଇଁ ଅନୁରୂପ ଭାବେ ବୟସସୀମା ବୃଦ୍ଧି କରିଛନ୍ତି । ଏହାକୁ କଂଗ୍ରେସ ସ୍ୱାଗତ କରିଛି । ମାନ୍ୟବର ଉଚ୍ଚନ୍ୟାୟଳୟ ଆଉଟସୋରସିଂ ମାଧ୍ୟମରେ କାମ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବାପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାପରେ ସରକାରଙ୍କର ଅସଲ ଚେହେରାଟି ଏବେ ପଦାରେ ପଡ଼ିଛି ବୋଲି କଂଗ୍ରେସ କହିଛି । ଯେଉଁଦିନ ସରକାର ଚାକିରୀ ବୟସସୀମା ବଢ଼ାଇବା ପାଇଁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରୁଛନ୍ତି ସେହିଦିନ ସରକାର ମାନ୍ୟବର ଉଚ୍ଚନ୍ୟାୟଳୟ ନିର୍ଦ୍ଦେଶକୁ ଅପିଲ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାରଙ୍କ ତରଫରୁ ପ୍ରମୁଖ ଅର୍ଥ ସଚିବଙ୍କ ପକ୍ଷରୁ ସମସ୍ତ ବିଭାଗୀୟ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଆର୍ଡଭୋକେଟ ଜେନେରାଲଙ୍କୁ ଚିଠି କରାଯାଇଛି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ରାଜ୍ୟ ସରକାର ରାଜ୍ୟର ବେକାରୀ ଯୁବକ ମାନଙ୍କୁ ନିଯୁକ୍ତିର ମରିଚିକା ଦେଖାଇବା ସହିତ ପଂଚାୟତ ନିର୍ବାଚନ ପାଇଁ ଏକ ନିଯୁକ୍ତି ଥୋପ ପକାଇଛନ୍ତି କଂଗ୍ରେସ ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଯଦି ସରକାରଙ୍କର ନ୍ୟୟପାଳିକା ପ୍ରତି ତିଳେମାତ୍ର ସମ୍ମାନ ଅଛି ଆଉଟସୋରସିଂ କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା ନଦେଖାଇ ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ରାଜ୍ୟରେ ଆଉଟସୋରସିଂ ମାଧ୍ୟମରେ କାମକରୁଥିବା ସମସ୍ତ ଯୋଗ୍ୟ କର୍ମଚାରୀଙ୍କୁ ନିୟମିତ କରାନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିିକ ସମ୍ମିଳନୀରେ ମନୋରଞ୍ଜନ ଦାଶ, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.