ଆପଣ ଯାଆନ୍ତୁ ନାହିଁ ସାର !!

ଉପରେ ଥିବା ଫୋଟକୁ ଦେଖି ଆପଣମାନେ ନିଶ୍ଚୟ ଚିନ୍ତା କରୁଥିବେ ଯେ ଏଠାରେ ହୋଇଛି କଣ ?.. ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ଛାତ୍ରଛାତ୍ରୀ ମାନେ ତାଙ୍କ ସ୍କୁଲରେ ପାଠ ପଢ଼ାଉଥିବା ଜଣେ ଶିକ୍ଷକଙ୍କ ଟ୍ରାନ୍ସଫର ହେବାର ଖବର ପାଇ ଦୁଃଖରେ ଭାଙ୍ଗି ପଡୁଛନ୍ତି । ତାଙ୍କୁ ନଯିବା ପାଇଁ ଅନେକ କାକୁତି ମିନତୀ କରିବା ସହ ଜଣେ ଛାତ୍ର ତାଙ୍କୁ ପଛପଟୁ ଜାବୁଡି ଧରିଛି । ଶିକ୍ଷକ ଏବଂ ଛାତ୍ରଙ୍କ ମଧ୍ୟରେ ଏଭଳି ନିବିଡ଼ତା ଦେଖିବାକୁ ମିଳିଛି ତାମିଲନାଡୁର ଥିରୁବଲଲୁର ଅଂଚଳ ସ୍ଥିତ ଭେଲିଆଗରମ ସରକାରୀ ଉଚ୍ଚ ବିଦ୍ୟାଳୟରେ । ଯେଉଁଠାରେ ଜି ଭଗବାନ ନାମକ ଜଣେ ଇଂରାଜୀ ଶିକ୍ଷକ ତାଙ୍କ ଚାକିରିର ପ୍ରଥମ ସ୍ଥାନରେ ଏହି ସ୍କୁଲକୁ ଆସି ପିଲାମାନଙ୍କୁ ନିଜ ଶୈଳୀରେ ପ୍ରୋଜେକଟର ମାଧ୍ୟମରେ ପାଠ ପଢ଼ାଉଥିଲେ । ଏଭଳି ଶିକ୍ଷାଦାନ ପୂର୍ବରୁ କୌଣସି ଶିକ୍ଷକ ପ୍ରଦାନ କରିନଥିବାରୁ ପିଲାମାନଙ୍କର ସାରଙ୍କ ସହିତ ଶିକ୍ଷାଦାନର ଏକ ନିଆରା ସମ୍ପର୍କ ଗଢି ଉଠିଥିଲା । ଜି ଭଗବାନଙ୍କ କହିବା ଅନୁଯାଇ ” ଶିକ୍ଷାଦାନ ସମୟରେ ମୋର ପ୍ରଥମ ପ୍ରଚେଷ୍ଟା ଥିଲା, ମୁଁ କିପରି ସେମାନଙ୍କୁ ଶିକ୍ଷାପ୍ରତି ତାଙ୍କ ମନରେ ଥିବା ଉତ୍ସାହକୁ ବାହାରକୁ ଆଣିପାରିବି । ମୁଁ ସେମାନଙ୍କ ପାଇଁ ଜଣେ ଶିକ୍ଷକଠୁ ଅଧିକ ଜଣେ ବନ୍ଧୁ ଏବଂ ଜଣେ ଭାଇ ପରି” । ଏ ଖବରଟି ଏତେ ଲୋକଙ୍କ ମନକୁ ଛୁଇଁଥିଲା ଯେ ବୋଲିଉଡ଼ ହିରୋ ରୀତିକ ରୋଶନ ମଧ୍ୟ ଟ୍ୱିଟର ରେ ଟ୍ୱିଟ କରି ତାଙ୍କର ଭାବ ପ୍ରକାଶ କରିଥିଲେ…….

Comments are closed.