ବ୍ରହ୍ମପୁରରୁୁ କଟକକୁ ଚାଲିଲା ‘ମେମୁ’ ଟ୍ରେନ୍

ଓଡିଶାରେ ପ୍ରଥମଥର ପାଇଁ ନୂତନ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ପ୍ରସ୍ତୁତ ହୋଇଛି ‘ମେମୁ’ ଟ୍ରେନ୍, ଯାହାକି ବ୍ରହ୍ମପୁର ଠାରୁ ଆରମ୍ଭ ହୋଇ କଟକ ପର୍ଯ୍ୟନ୍ତ ଚାଲିବ । ବହୁ ଅପେକ୍ଷା ପରେ ବ୍ରହ୍ମପୁରକୁ ମିଳିଛି ଏହି ସଫଳତା । ଏହି ଟ୍ରେନ୍ ବ୍ରହ୍ମପୁରରୁ ସକାଳ ୭ଟା ୩୦ ମିନିଟରେ ଛାଡି କଟକରେ ୧୧ଟା ୩୦ ମିନିଟରେ ପହଞ୍ଚିବ । ଯାତ୍ରୀମାନଙ୍କ ସୁବିଧାକୁ ଏଡାଇବା ପାଇଁ ଏଥିରେ ୧୨ଟି କୋଚ୍ ରହିଥିବା ବେଳେ ବସିବା ପାଇଁ ଅଧିକ ସ୍ଥାନ ଓ ଉତ୍ତମ ଶୌଚାଳୟର ବ୍ୟବସ୍ତା ରହିଛି । ରଥଯାତ୍ରାକୁ ଆଖିରେ ରଖି ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ ଏହାର ଶୁଭାରମ୍ଭ କରାଯାଇଛି ।

Comments are closed.