ଭାରତ ଓ ଋଷ ମଧ୍ୟରେ ଗୁରୁତ୍ୱପୁର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ , ଜାଣନ୍ତୁ କଣ ଏହି ଚୁକ୍ତି

ନୂଆଦିଲ୍ଲୀ : ଆଜି ଭାରତ ଏବଂ ଋଷ ମଧ୍ୟରେ ଆରମ୍ଭ ହୋଇଥିବା ୨/୨ ଦ୍ୱିପାକ୍ଷିକ ବୈଠକରେ ବହୁ ଗୁରୁତ୍ୱପୁର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଋଷର ପ୍ରତିପକ୍ଷ ସର୍ଗି ଶୋଏଗୁଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏବଂ ଉତ୍ତରପ୍ରଦେଶର ଆମେଠୀରେ ମିଳିତ ଉଦ୍ୟମରେ ପ୍ରାୟ ୬ ଲକ୍ଷ ଏକେ-୨୦୩ ରାଇଫଲ ଉତ୍ପାଦନ ପାଇଁ ଉଭୟ ପକ୍ଷ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି । ଏହି ଡିଲର ମୂଲ୍ୟ ୫୦୦୦ କୋଟିରୁ ଅଧିକ ଅଟେ । ଏହା ସହିତ ୨୦୨୧ ରୁ ୨୦୩୧ ପର୍ଯ୍ୟନ୍ତ ପରବର୍ତ୍ତୀ ଦଶନ୍ଧି ପାଇଁ ସାମରିକ ବୈଷୟିକ ସହଯୋଗକୁ ବୃଦ୍ଧି କରିବାକୁ ଦୁଇ ଦେଶ ଏକ ଚୁକ୍ତିନାମା ମଧ୍ୟ କରିଛନ୍ତି। ଏହି ବୈଠକ ଅବସରରେ ରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, “ଆମେ ଆଶା କରୁଛୁ ଯେ ଏହି ଚ୍ୟାଲେଞ୍ଜିଙ୍ଗ ପରିସ୍ଥିତିରେ ଋଷ ଭାରତ ପାଇଁ ଏକ ପ୍ରମୁଖ ଅଂଶୀଦାର ହୋଇ ରହିବ। ପ୍ରତିରକ୍ଷା ଉପକରଣର ସହ-ବିକାଶ ଏବଂ ସହ-ଉତ୍ପାଦନ, ଯାହା ଭାରତର ଆତ୍ମନିର୍ଭରଶୀଳତାକୁ ନେଇ ଆଗେଇ ଆସୁଛି ଭାରତ ଏବଂ ଋଷ ମଧ୍ୟରେ ପ୍ରତିରକ୍ଷା ଯୋଗାଯୋଗ ଅତୀତରେ ଦୃଢ ରହିଛି।

Comments are closed.