ଲହୁଣୀପଡ଼ା ଅଞ୍ଚଳର ବିଭିନ୍ନ ଜାଗାରେ ଅବକାରୀ ବିଭାଗର ଚଢ଼ାଉ ୨.୫୦ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ
ସୁନ୍ଦରଗଡ(ସନ୍ତୋଷ କୁମାର ଅଟୀ) : ସୁନ୍ଦରଗଡ ଜିଲ୍ଲା ଲହୁଣୀପଡ଼ା ଥାନାର ପରାଗପୋସ ଏବଂ କର୍ଡାକୁଦର ଅଞ୍ଚଳରେ ଅବକାରୀ ବିଭାଗର ଏକ ଚଢ଼ାଉରେ ୨.୫୦ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ପରାଗପୋସ ଏବଂ କର୍ଡ଼ାକୁଦର ଅଞ୍ଚଳରେ ଥିବା ବିଭିନ୍ନ ଜଙ୍ଗଲ ,ନାଳ ପାଖ ଏବଂ ଧାନ ଜମିରେ କୁଇଣ୍ଟାଲ କୁଇଣ୍ଟାଲ ମହୁଲପୋଚକୁ ଗାତ ଖୋଳି ପୋତି ଥିବାର ଅବକାରୀ ବିଭାଗର ଇନ୍ସପେକ୍ଟର ଶ୍ରୀକାନ୍ତ ପଟନାଏକ ଏବଂ ତାଙ୍କ ଟିମ ବିଶେଷ ସୂତ୍ରରୁ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଅବକାରୀ ବିଭାଗ କର୍ମଚାରୀଙ୍କୁ ଦେଖି ମଦ ମାଫିଆ ମାନେ ଚମ୍ପଟ ମାରିଥିଲେ ଫଳରେ ପୋତା ଯାଇଥିବା ଉକ୍ତ ମହୁଲ ପୋଚକୁ ଘଟଣା ସ୍ଥଳରେ ନଷ୍ଟ କରିଥିବାର ସୂଚନା ଦେଇଛନ୍ତି ଅବକାରୀ ବିଭାଗ ।
Comments are closed.