ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ

ସମ୍ବଲପୁର : ପୁଣି ଭିଜିଲାନ୍ସ ଜାଲରେ ଜଣେ ସରକାରୀ ବାବୁ | ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ସମ୍ବଲପୁର ଯୁଯୁମୁରା ବ୍ଲକ ଝାଙ୍କରପାଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଚ୍ୟୁତାନନ୍ଦ ଖୁଣ୍ଟିଆଙ୍କ ଘରେ ଭିଜିଲାନ୍ସ ରେଡ଼୍ କରାଯାଇଛି ।
ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୩ଟି ସ୍ଥାନରେ ରେଡ଼୍ କରାଯାଇଛି । କୁଚିଣ୍ଡା ଏନଏସି ସ୍ଥିତ ଦୁଇ ମହଲା କୋଠା, ନିଜ ପୈତୃକ ଘର ସୁବର୍ଣ୍ଣପାଲି, ଝଙ୍କରପାଲିସ୍ଥିତ ଅଫିସରେ ଚଢ଼ାଉ କରାଯାଇଛି । ମୋଟ ୧୨ ଜଣ କର୍ମଚାରୀ ଏହି ଚଢାଉ ରେ ସାମିଲ୍ ହୋଇଛନ୍ତି । ତେବେ ବର୍ତମାନ ପର୍ଯ୍ୟନ୍ତ ଚଢାଉରେ ଦୁଇ ଲକ୍ଷ ଟଙ୍କା ନଗଦ ମିଳିଥିବା ସୁଚନା ରହିଛି ।

Comments are closed.