ସେଲଫି ସହ ଫେସବୁକ୍ ର ସମ୍ପର୍କ

ବର୍ତ୍ତମାନ ସମୟରେ ସେଲଫି ଏକ Fashion ପାଲଟିଯାଇଛି । ଯାହାକୁ ବି ଦେଖ ହାତରେ ମୋବାଇଲ ଟିଏ ନେଇ selfie ନେବାରେ ବ୍ୟସ୍ତ ।ଏହାକୁ ଦେଖି ବିଭିନ୍ନ ମୋବାଇଲ କମ୍ପାନୀମାନେ କ୍ୟାମେରାର କ୍ୱାଲିଟି ବଢାଇବାରେ ଲାଗିଛନ୍ତି ,ଯେପରିକି ଭିଭୋ,ଓପୋ, ୱାନ ପ୍ଲସ୍ ଇତ୍ୟାଦି । କିପରି ନିଜର ଭଲ ସେଲଫି ନେଇ ଫେସବୁକ ରେ ଲାଇକ୍ ପାଇବେ ସେଥିରେ ଲାଗିପଡିଛନ୍ତି ଯୁବପିଢି । ଫେସବୁକ୍ ଏପରି ଏକ ମାଧ୍ୟମ ଯାହା ମାଧ୍ୟମରେ ଆମେ ବହୁତ କମ୍ ସମୟରେ ବହୁତ ଲୋକଙ୍କ ସହ କଥା ହେଇପାରୁ ଓ ତଥ୍ୟର ଆଦାନ ପ୍ରଦାନ କରିପାରୁ । ଏହା ନୂତନ ଯୁବପୀଢିଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଲୋକମାନେ ନିଜର ଦୈନନ୍ଦିନ କାର୍ଯ୍ୟକୁ ସେଲଫି ମାଧ୍ୟମରେ ବନ୍ଧୁମାନଙ୍କୁ ଜଣାଇଥାନ୍ତି । ସେଲଫି ଲୋକମାନଙ୍କୁ ବହୁତ ସାହାଯ୍ୟ କରିଥାଏ ଓ ଏହା ସ୍ୱୟଂ ମାଧ୍ୟମରେ ହିଁ ହୋଇଥାଏ ।

Comments are closed.