ବିକାଶ ପଥରେ ନବୀନ

ଦୀର୍ଘ ୧୮ ବର୍ଷ ପୂର୍ବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଖ୍ୟାତିନାମା ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିପାରିଥିଲେ ଏବଂ ଓଡ଼ିଶାର ବିଖ୍ୟାତ ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ପ୍ରତିଜ୍ଞା କରିଥିବା ପ୍ରତ୍ୟେକ ସ୍ୱପ୍ନ ସାକାର କରିବାରେ ସଫଳ ହୋଇପାରିଛନ୍ତି । ଏହି ବିକାଶର ପଥକୁ ଆଗେଇ ନେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ମୁଖ୍ୟଧାରା ପ୍ରସାର ଆପଣେଇଛନ୍ତି । ବର୍ତ୍ତମାନ ର ରାଜନୀତି ଜଳବାୟୁ ସହ ରାଜ୍ୟର ଉନ୍ନତି ପଥକୁ ଆଗେଇବାରେ ସେ ହିଁ ଏକମାତ୍ର ମୁଖ୍ୟ ଭାବେ ନେତୃତ୍ୱ ନେଇପାରିଛନ୍ତି । ଦଳର ଆଭ୍ୟନ୍ତରିଣ ଶତ୍ରୁ ଏବଂ ବିରୋଧୀ ଦଳ ପକ୍ଷରୁ ସୃଷ୍ଟି ହେଉଥିବା ରାଜନୈତିକ ପରିମାଣର ମାପକୁ ଦୃଢ ଜବାବ ଦେବାରେ ମଧ୍ୟ ମାହିର ଅଛନ୍ତି । ରାଜ୍ୟ ପ୍ରଶାସନର ଉନ୍ନତି ହେଉଥିବା ଦେଖି ଜାତୀୟ ଇଂରାଜୀ ପତ୍ରିକା ସର୍ଭେରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର  ଉତ୍ତମ ପ୍ରଶାସକ ଭାବେ ପୁରସ୍କୃତ ହୋଇପାରିଛନ୍ତି । ତାଙ୍କ ବୃହତ ଉକ୍ରର୍ଷର ପ୍ରଚେଷ୍ଟା ଯୋଗୁଁ ଜନସାଧାରଣଙ୍କ ସମସ୍ୟାକୁ ଅତି ଉତ୍ତମ ଭାବେ ସେମାନଙ୍କ ନିକଟକୁ ଯାଇ ସମାଧାନ କରିପାରୁଥିବାରୁ ବିଜେଡି ଦଳକୁ ମଧ୍ୟ ଲୋକଙ୍କ ବିଶ୍ୱାସ ବର୍ଷ ବର୍ଷ ଧରି ଅତୁଟ ଭାବେ ଯୋଡି ହୋଇ ରହିପାରିଛି । ପ୍ରତ୍ୟକ୍ଷ ହେଉ କି ପରୋକ୍ଷ ଭାବେ ସେ ସବୁବେଳେ ଜନସାଧାରଣଙ୍କ ନିକଟରେ ପ୍ରାଥମିକ ସ୍ତରରୁ ହିଁ ଯୋଡି ହୋଇ ରହିଥାନ୍ତି । ଏବଂ ସେ ଯେକୌଣସି ପ୍ରକାରରେ ସୃଷ୍ଟି କରିଥିବା ଯୋଜନା ଏବଂ ଅଭିଯୋଗ ହୋଇଥିବା ସମସ୍ୟାଗୁଡିକ କିଭଳି  ଯଥାଶୀଘ୍ର ସମାଧାନ କରାଯାଇପାରିବ ପ୍ରଶାସନିକ ସ୍ତରରେ ନିର୍ଦ୍ଦେଶ ଦେଇଥାନ୍ତି । ରାଜ୍ୟ ସରକାରଙ୍କ ପ୍ରଚେଷ୍ଟାରେ ବିଭିନ୍ନ ଯୋଜନାଗୁଡିକ ଜନସାଧାରଣଙ୍କ ସାହାଯ୍ୟରେ ଆସୁଥିବାରୁ ସେମାନେ ମଧ୍ୟ କ୍ରମାଗତ ଭାବେ ଚାରି ଥର ଧରି ବିଜେଡି ସରକାରଙ୍କୁ ସମର୍ଥନ ଦେଇ ଆସୁଛନ୍ତି । ବିଜେପୁର ଉପନିର୍ବାଚନରେ ଭାଜପାକୁ ପଛରେ ପକାଇ ଏବଂ କଂଗ୍ରେସକୁ ଧୂଳିସାତ କରିବା ଭଳି ୨୦୧୯ ରେ ମଧ୍ୟ ବିଜେଡି ନିର୍ବାଚନରେ ସଫଳ ହେବ ବୋଲି ଆହ୍ୱାନ କରିଛି । ଗତ ୧୮ ବର୍ଷ ଧରି ଶାସନ ନୀତିରେ ସରକାର ସବୁବେଳେ  ଜନତାଙ୍କ ସେବାରେ ଉତ୍ସଗୀକୃତ ହୋଇ ରହିଛି, ରହିବ ଏବଂ ରହିଥିବ ବୋଲି ଶପଥ ନେଇଛି । ଏହି ଶାସନ ନୀତିକୁ ବିଜେପି କୌଣସି ପ୍ରକାରର  ଭାବେ ପ୍ରତିଘାତ ସୃଷ୍ଟି କରିଲେ ମଧ୍ୟ କିଛି ପ୍ରଭାବ ପଡିବ ନାହିଁ । ଯେପରିକି ବିଜେଡି ଭିନ୍ନଧରଣର ଉକ୍ରର୍ଷର ସ୍ତର ଯାହା ଅତି ସରଳ ଭାଷାରେ  ବିରୋଧକୁ ପ୍ରତି ଆକ୍ରମଣ କରିଥାନ୍ତି ।  ଯେତେ ପ୍ରକାରର ସମାଲୋଚନାକୁ ସାମ୍ନା କରିବାକୁ ସେ ସବୁବେଳେ ପ୍ରସ୍ତୁତ ଥାଆନ୍ତି । ୨୦୧୯ ରେ ସ୍ୱଚ୍ଛ ଭାବେ ଆଗେଇ ଆସିବା ପାଇଁ ବର୍ତ୍ତମାନ ଠୁ ପ୍ରସ୍ତୁତ ହୋଇଛନ୍ତି ଯିଏ କି କେବଳ ଭାଷଣରେ ବ୍ୟସ୍ତ ରହୁଥିବା ବ୍ୟକ୍ତିକୁ ନୁହେଁ କେବଳ କାମରେ ବିଶ୍ୱାସ କରୁଥିବା ବିଜେଡି ସରକାର ।

Comments are closed.