ମଧୁମେୟ ରୋଗୀଙ୍କ ପାଇଁ ଭେଣ୍ଡି କେତେ ଉପକାରୀ

ସାଧାରଣତଃ ଦୈନଦିନ ଜୀବନରେ ଭେଣ୍ଡିକୁ ପରିବା ହିସାବରେ ବ୍ୟବହାର କରାଯାଇଥାଏ । ଏହାଛଡା ଭେଣ୍ଡି ମଧୁମେହ ରୋଗୀଙ୍କ ପାଇଁ ସଂଞ୍ଜିବନୀ ସଦୃଶ କାମ କରିଥାଏ । ଏହାର କୌଣସି ପାଶ୍ୱ ପ୍ରତିକ୍ରିୟା ନଥାଏ । ଏହା ଶରୀରର ଶର୍କରାକୁ କଂଟ୍ରୋଲ କରିଥାଏ । ମଧୁମେହ ରୋଗୀ ଦୈନଦିନ ଖାଦ୍ୟରେ ଭେଣ୍ଡିକୁ ଉପଯୋଗ କରିବା ଉଚିତ୍ । ଯାହା ଦ୍ୱାରା ରୋଗୀଙ୍କ ଶରୀରରେ ଯେତିକି ପରିମାଣର ଶକରା ଥିବା ତାହାର ୨୦ ପ୍ରତିଶତ କମିଯିବାର ସମ୍ଭାବନା ରହିଛି । ଏହାଛଡା ଦୈନିକ ଗୋଟିଏ ଗ୍ଲାସ ପାଣିରେ ଦୁଇଟି ଭେଣ୍ଡିକୁ ଛୋଟ ଛୋଟ କରି କାଟି ପାଣିରେ ଭିଜାଇ ପିଇବା ଉଚିତ୍ । ଯାହାକି ଔଷଧ ଭଳି କାମ କରିଥାଏ ।

Comments are closed.