ଲିମ୍ବ ପତ୍ରର ଉପକାରିତା

ଲିମ୍ବ ଅତ୍ୟଧିକ ପିତା ହେଲେ ମଧ୍ୟ ମଣିଷ ଶରୀର ପାଇଁ ବେଶ୍ ଉପକାରିତା ସାବ୍ୟସ୍ତ ହୋଇଥାଏ । ଡାକ୍ତରୀ ଔଷଧ ବ୍ୟତୀତ ଶରୀର ପାଇଁ ଲିମ୍ବ ସଞ୍ଜିବନୀ ସଦୃଶ କାମ କରିଥାଏ । ଲିମ୍ବକୁ ବ୍ୟବହାର କରୁଥିବା ତେଲ ସହିତ ମୁହଁରେ ଲଗାଇଲେ ତ୍ୱଚ୍ଛା ସୁନ୍ଦର ରହିଥାଏ । ଏହାକୁ ନିଜର ପ୍ରସାଧନ ସାମଗ୍ରୀ ଭଳି ବ୍ୟବହାର କଲେ ବହୁତ ଲାଭ ମିଳିଥାଏ । ମୁହଁରେ ଆଜର୍ଲି କିମ୍ବା ଚର୍ମ ରୋଗ ଥାଏ ଏହାକୁ ବ୍ୟବହାର କଲେ ଏଥିରୁ ବହୁତ ସୁଫଳ ମିଳିଥାଏ ।

ଏହାର ବ୍ୟବହାର ଦ୍ୱାରା ରକ୍ତ ସଂଚାଳନ ଠିକ୍ ରହିବା ସହ ହୃଦସ୍ପନ୍ଦନ ସଠିକ୍ ଭାବେ କାର୍ଯ୍ୟ କରିଥାଏ । ଏହାଛଡା ହୃଦରୋଗ ଉଚ୍ଚ ରକ୍ତଚା ଭଳି ଦୂରାରୋଗ୍ୟ ବ୍ୟାଧିରୁ ଆଶ୍ୱସ୍ତି ପ୍ରଦାନ କରିଥାଏ । ମୁଣ୍ଡରେ ଉପି, ଉକୁଣି ଓ ଚୁଟି ଉପଡିବା ଭଳି ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ । କଣନଖା ଉଳି ସମସ୍ୟାର ସମାଧାନ କରିଥାଏ । ଟ୍ୟୁମର ଓ କ୍ୟାନସର ଭ ଉକୁଣି ଓ ଚୁଟି ଉପୁଡିବାର ସମସ୍ୟାର ସମାଧାନ କରିଥାଏ । ଶ୍ୱାସ ସମସ୍ୟା ଯଦି ଥାଏ ତାହେଲେ ଆପଣ କିଛି ହଳଦୀ ପେଷ୍ଟ ସହିତ ଏହାକୁ ପାଣିରେ ମିଶାଇ ପିଇଲେ ଶ୍ୱାସ ସମସ୍ୟାରୁ ଉପଶମ ମିଳିଥାଏ । ଲିମ୍ବ ପତ୍ରକୁ ଗୁଣ୍ଡ କରି ପାଣିରେ ମିଶାଇ ପିିଇଲେ ମ୍ୟାଲେରିଆ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

Comments are closed.