ନୟାଗଡକୁ ଗଡିଲା ସେବା ଏକ୍ସପ୍ରେସ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ନୟାଗଡକୁ ଗଡିଲା ସେବା ଏକ୍ସପ୍ରେସ୍ ଟ୍ରେନ୍ । ନୂଆଦିଲ୍ଲୀରେ ଭିଡିଓ କନଫରେନ୍ସିଂ ଜରିଆରେ ନୂଆଦିଲ୍ଲୀରୁ ଏହାର ଶୁଭାରମ୍ଭ କରିଛନ୍ତି ରେଳମନ୍ତ୍ରୀ ପୀୟୂଷ ଗୋୟଲ । କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୋର ୧୦ଟି ସ୍ଥାନରେ ସେବା ଟ୍ରେନର ଆଜି ଆରମ୍ଭ କରିଛନ୍ତି ରେଳମନ୍ତ୍ରୀ ।

ତେବେ ସେବା ଏକ୍ସପ୍ରେସଟି ନୟାଗଡରୁ ସକାଳ ୬ଠା ୩୦ରେ ଛାଡି ଭୁବନେଶ୍ୱରରେ ୯ଟାରେ ପହଞ୍ଚିବ । ସେହିପରି ପୁଣି ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ରେ ଛାଡି ନୟାଗଡରେ ୮ଟା ୪୫ରେ ପହଞ୍ଚିବ ।

Comments are closed.