କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀଙ୍କ ଉପରେ କାଳୀ ମାଡ କଲେ ଯୁବକ

ପାଟନା,୧୫ ।୧୦: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ଉପରକୁ କାଳୀ ମାଡ କରାଯାଇଛି । ବିହାର ରାଜଧାନୀ ପାଟନାରେ ପିଏମ୍ସିଏଚ୍ ହସ୍ପିଟାଲକୁ ଡେଙ୍ଗୁ ରୋଗୀଙ୍କୁ ଭେଟିବାକୁ ଯାଇଥିବାବେଳେ ଏଭଳି ଘଟଣାର ସମ୍ମୁଖୀନ କରିଥିଲେ ଅଶ୍ୱିନୀ । ନିଶାନ୍ତ ଝା ନାମକ ଜଣେ ଯୁବକ ମନ୍ତ୍ରୀଙ୍କ ଉପରକୁ କାଳୀ ମାଡ କରିଥିବା ଜଣାପଡିଛି । କେନ୍ଦ୍ରମନ୍ତ୍ରୀ ଚୌବେ ହସ୍ପିଟାଲ ବାହାରେ ଗଣମାଧ୍ୟମ ସହିତ ଆଲୋଚନା କରୁଥିଲେ । ଏହି ସମୟରେ ଜଣେ ଯୁବକ ତାଙ୍କ ଗସ୍ତକୁ ବିରୋଧ କରିଥିଲା । ଉକ୍ତ ଯୁବକ ମନ୍ତ୍ରୀଙ୍କ ପାଖକୁ ଆସି ତାଙ୍କ ଗାଡ଼ି ଓ ମୁହଁକୁ କାଳୀ ମାଡ଼ କରି ତୁରନ୍ତ ଫେରାର ହୋଇଯାଇଥିଲା । ପୋଲିସର କଡା ସୁରକ୍ଷା ମଧ୍ୟରେ ମନ୍ତ୍ରୀଙ୍କ ଉପରକୁ କାଳୀ ଫିଙ୍ଗି ଖସି ପଳାଇଥିଲେ ନିଶାନ୍ତ ।

ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଅଶ୍ୱିନୀ କହିଛନ୍ତି ଯେ, ଲୋକଙ୍କ କାମ ହେଉଛି ମନ୍ଦ ରାଜନୀତି କରିବା । ଜଣା ନାହିଁ ସେମାନଙ୍କୁ ଏଥିରୁ କ’ଣ ଲାଭ ମିଳୁଛି ।’ ଏଭଳି କାମ ବିପକ୍ଷ ଦଳର ବୋଲି ଅଶ୍ୱିନୀ ମନ୍ତବ୍ୟ ଦେଇଛନ୍ତି । ଅନ୍ୟପଟେ ଜଲଜନାମ ଲୋକଙ୍କ ସମସ୍ୟାକୁ ଦେଖି ରାଗରେ କାଳୀ ଫିଙ୍ଗିଛି ବୋଲି ନିଶାନ୍ତ କହିଛନ୍ତି ।

Comments are closed.