ଜେଏନୟୁର ଛାତ୍ର ଅଭିଜିତ୍ ବାନାର୍ଜୀଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥଶାସ୍ତ୍ରରେ ୩ ଜଣଙ୍କୁ ନୋବେଲ ପୁରସ୍କାର ମିଳିବ ବୋଲି ଆଜି ଘୋଷଣା ହୋଇଛି । ଏଥିରେ ସାମିଲ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଭିଜିତ୍ ବାନାର୍ଜୀ । ଅଭିଜିତଙ୍କ ସମେତ ତାଙ୍କ ପତ୍ନୀ ଏଷ୍ଟର ଡୁଫଲୋ ଓ ମାଇକେଲ କ୍ରେମର ମଧ୍ୟ ଏହି ନୋବେଲ ପୁରସ୍କାର ପାଇଁ ହକଦାର ହୋଇଛନ୍ତି ।


ତେବେ ଅଭିଜିତ୍ କୋଲକାତାରେ ଜନ୍ମ ହୋଇଥିବା ବେଳେ ସେ ଜେଏନୟୁର ଛାତ୍ର ଥିଲେ । ଏହା ସେ ୧୯୮୮ ମସିହାରେ ଆମେରିକାର ହାର୍ବର୍ଡ ବିଶ୍ୱବିଦ୍ୟାଳୟରେ ପିଏଚଡି କରିଥିଲେ । ବର୍ତ୍ତମାନ ସେ ମେସାଚୁସେଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ ଟେକ୍ନଲୋଜୀରେ ଇକନୋମିକ୍ସର ପ୍ରଫେସର ଅଛନ୍ତି।

Comments are closed.