ଟମାଟୋ- ପିଆଜ ପରେ ରସୁଣ ପାଳି, କିଲୋ ପିଛା ୩୦୦କୁ ବୃଦ୍ଧି

ନୂଆଦିଲ୍ଲୀ,୧୪ ।୧୦: ଲଗାତାର ଭାବେ ଦେଶରେ ପରିବା ଦର ବଢିବାରେ ଲାଗିଛି । ଅନ୍ୟପଟେ କାର୍ତ୍ତିକ ମାସ ପ୍ରବେଶ ହେବାରୁ ପରିବା ଦର ଆକାଶ ଛୁଆଁ ହୋଇଛି । ପିଆଜ-ଟମାଟୋ ପରେ ଏବେ ରସୁଣର ଦାମ ବଢାଇବାରେ ଲାଗିଛନ୍ତି ସରକାର । ରାଜଧାନୀ ଦିଲ୍ଲୀରେ କିଲୋ ପିଛା ରସୁଣର ଦାମ୍ ୩୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ସରକାରୀ ରେକର୍ଡ ମୁତାବକ, ୨୦୧୮-୧୯ରେ ୨୮.୩୬ ଲକ୍ଷ ଟନ୍ ରସୁଣ ଉତ୍ପାଦନ ହୋଇଥିଲା । କିନ୍ତୁ ପୂର୍ବବର୍ଷ ୧୬,୧୧ ଟନ୍ ରସୁଣ ଉତ୍ପାଦନ ହୋଇଥିଲା । ଏହି ଅନୁସାରେ ଦେଶରେ ଏହି ବର୍ଷ ଗତବର୍ଷ ତୁଳନାରେ ୭୬ ପ୍ରତିଶତ ଅଧିକ ହୋଇଛି । ଏତେ ମାତ୍ରାରେ ରସୁଣ ଉତ୍ପାଦନ ପରେ ବି ଏହାର ଦାମ୍ ଆକାଶ ଛୁଆଁ ହେବାରେ ଲାଗିଛି । ଯଦି ଏପରି ରସୁଣର ଦାମ୍ ବଢିବାରେ ଲାଗିବ, ତେବେ ସାଧାରଣ ଲୋକଙ୍କୁ ଏହା ଅଧିକ ଭାରି ପଡିପାରେ ।

ଅନ୍ୟପଟେ ଦୋକାନୀଙ୍କ କହିବା ମୁତାବକ, ପ୍ରବଳ ବର୍ଷା ହେବା କାରଣରୁ ରସୁଣର ବହୁ ଷ୍ଟକ୍ ଖରାପ ହୋଇଯାଇଛି । ଯେଉଁଥି ପାଇଁ ରସୁଣ ଯୋଗାଣ ସମ୍ଭବ ହେଉନାହିଁ । ଏନେଇ ବଜାରରେ ରସୁଣର ଦାମ୍ ବଢିବାରେ ଲାଗିଛି ।

Comments are closed.