ହୋସଙ୍ଗାବାଦରେ କାର ଦୁର୍ଘଟଣା: ଜାତୀୟସ୍ତରର ୪ ହକି ଖେଳାଳୀ ମୃତ, ୩ ଗୁରୁତର

ହୋସଙ୍ଗାବାଦ: ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ଆଜି ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜାତୀୟ ସ୍ତରର ୪ ହକି ଖେଳାଳୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ମଧ୍ୟପ୍ରଦେଶରେ ହେବାକୁ ଯାଉଥିବା ମେଜର ଧ୍ୟାନଚନ୍ଦ ହକି ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ଖେଳାଳୀମାନେ ଯାଉଥିଲେ । ଇଟାରସୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ନିୟନ୍ତ୍ରଣ ହରାଇ କାରଟି ଗଛରେ ପିଟିହୋଇଥିଲା । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୪ ଖେଳାଳୀ ହେଉଛନ୍ତି ଇାନ୍ଦøରର ଶାହନୱାଜ୍ ଖାନ୍, ଇଟାରସୀର ଆଦର୍ଶ ଇରଦୁଆ, ଜବଲପୁରର ଆରୀଷ ଲାଲ୍ ଓ ଗ୍ୱାଲିୟରର ଅନିକେତ । କାରଟିରେ ମୋଟ୍ ୭ ଲୋକ ଥିବାର ସୂଚନା ମିଳିଛି ।

Comments are closed.