ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିରାଟ ବାହିନୀର ଦମଦାର ବିଜୟ: ଅଷ୍ଟ୍ରେଲିଆକୁ ପଛରେ ପକାଇ ବିଶ୍ୱ ରେକର୍ଡ କଲା ଭାରତ

ପୁଣେ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦ୍ୱିତୀୟ ଟେଷ୍ଟମ୍ୟାଚରେ ଦମଦାର ବିଜୟ ଲାଭ କରିଛି ବିରାଟ ବାହିନୀ । ଦକ୍ଷିଣ ଆଫ୍ରିକାକୁ ୧୩୭ ରନରେ ହରାଇ ବିଶ୍ୱ ରେକର୍ଡ କରିଛି ଭାରତ । ଏହା ସହିତ ଟେଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । ଏହାପରେ ଆସନ୍ତା ୧୯ରେ ରାଞ୍ଚିରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ ବୋଲି ସୂଚନା ରହିଛି । ଭାରତ ଲଗାତାର ୧୧ଟି ସିରିଜରେ ବିଜୟ ଲାଭ କରିଛି ।

ଭାରତ ପ୍ରଥମ ଇନିଂସରେ ୬୦୧ ରନ କରିଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୨୭୫ ରନରେ ଅଲଆଉଟ ହୋଇଯାଇଥିଲା । ପ୍ରଥମ ଇନିଂସ ଭଳି ଦ୍ୱିତୀୟରେ ମଧ୍ୟରେ ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିନଥିଲା । ଫଲୋଅନକୁ ପିଛା କରୁଥିବା ଦଳ ସଅଳ ୱିକେଟ୍ ହରାଇଥିଲା ।

ତେବେ ଆଜି ଯାଏଁ ଟେଷ୍ଟ ସିରିଜରେ ବିଶ୍ୱ ରେକର୍ଡ କରିଥିଲା ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆ ୧୯୯୪ରୁ ୨୦୦୧ ମଧ୍ୟରେ ଳଗାତାର ୧୦ଟି ଟେଷ୍ଟ ସିରିଜରେ ବିଜୟ ଲାଭ କରିଥିଲା, ଯାହାକୁ ବିରାଟ ବାହିନୀ ପଛରେ ପକାଇଦେଲେ । ତେବେ ଭାରତର ବିଜୟ ଯାତ୍ରା ୨୦୧୩ରୁ ଆରମ୍ଭ ହୋଇଛି । ୨୦୧୩ରୁ ବର୍ତ୍ତମାନ ସୁଦ୍ଧା ୨୫ଟି ଟେଷ୍ଟମ୍ୟାଚ ଜିତି ସାରିଛି ଟିମ୍ ଇଣ୍ଡିଆ ।

Comments are closed.