ଝରାଫୁଲ ମୃତ୍ୟୁ : ସ୍କୁଟର ଉଦ୍ଧାର କଲା ପୋଲିସ

ଭୁବନେଶ୍ୱର,୪ ।୨: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ କୁଆଖିଆ ପୋଲିସର ତନାଘନା ଜାରି ରଖିଛି । ଏହି ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ରିମାଣ୍ଡରେ ନେଇ ତଦନ୍ତ ଚାଲିଛି । ଏହାରି ମଧ୍ୟରେ ଝରାଫୁଲକୁ ନେବା ଆଣିବାରେ ବ୍ୟବହୃତ ହୋଇଥିବା ସ୍କୁଟର ଉଦ୍ଧାର ହୋଇଛି । ଭୁବନେଶ୍ୱର ସୁନ୍ଦରପଦା ପାଖରୁ ସ୍କୁଟରକୁ ଜବତ କରିଛି ଯାଜପୁର ପୋଲିସ । ଜବତ ହୋଇଥିବା ସ୍କୁଟରରେ ଝରାଫୁଲକୁ ନେଇ ଯାଇଥିଲା ଅଭିଯୁକ୍ତ ରାକେଶ ସ୍ୱାଇଁ । ସିସିଟିଭିରୁ ଝରାଫୁଲଙ୍କୁ ନେବା ଆଣିବାର ଦୃଶ୍ୟ କଏଦ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ରାକେଶ ଧରାପଡିଥିଲେ ବି ସହଯୋଗୀ ବର୍ତ୍ତମାନ ସୁଦ୍ଧା ଧରାପଡିନି ।

ଉଲ୍ଲେଖଯୋଗ୍ୟ ଯେ, ଯାଜପୁର-କୁଆଖିଆ ମୂଳାପାଳ ଦିଆଲିଖଣ୍ଡି ରାସ୍ତା କଡରୁ ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଥିଲା । ସିସିଟିଭି ଭିଜୁଆଲ୍ ରୁ ଅପରାଧୀଙ୍କୁ ଚିହ୍ନଟ କରିଥିଲା ପୋଲିସ । ସିସିଟିଭି ଭିଜୁଆଲରେ ଏକ ୨ ଚକିଆ ଗାଡିରେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ମଝିରେ ବସାଇ ନେଇ ଯାଉଥିବା ଦେଖିବାକୁ ମିଳିଥିଲା ।

Comments are closed.