ରେଳ ବଜେଟ: ଓଡିଶା ପାଇଁ ୫୫୨୮ କୋଟି

ନୂଆଦିଲ୍ଲୀ, ୪ ।୨: ଓଡିଶା ପାଇଁ ରେଲୱେ ବଜେଟରେ ୫୫୨୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ । ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ ହାରାହାରି ୮୩୮ କୋଟି ଟଙ୍କା ଆସିଛି । ୨୦୨୧-୨୨ରେ ଅନୁଦାନ ହାର ୫୬୦% ଅଧିକ ନେଇ ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ନୂଆ ରେଳପଥ ଓ ଦୋହରୀକରଣ ଭଳି ୩୯ଟି ପ୍ରକଳ୍ପରେ ୪୮୭୭ କିମି ରେଳପଥ ବିଚ୍ଛାଯିବାର କାର୍ଯ୍ୟକ୍ରମ ପାଇଁ ୬୧,୯୪୯ କୋଟି ଟଙ୍କା ଖର୍ଚ୍ଚ ହେବ ।
ତେବେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର ୨୮୯ କି.ମି ପାଇଁ ୫୦୦ କୋଟି, ଅନୁଗୁଳ-ସୁକିନ୍ଦା ରୋଡ ୯୮.୭ କିଲୋମିଟର ପାଇଁ ୪ ଶହ କୋଟି, ହରିଦାସପୁର-ପାରାଦ୍ୱୀପ ୮୨ କିମ ଶହେ କୋଟି, ତାଳଚେର-ବିମଳାଗଡ ୧୫୪ କିଲୋମିଟର ପାଇଁ ୧୦ କୋଟି ଟଙ୍କା, ଜୟପୁର-ମାଲକାନଗିରି ୧୩୦ କି.ମି ପାଇଁ ୨୮ କୋଟି ଟଙ୍କା, ଜୟପୁର-ନବରଙ୍ଗପୁର ୩୮ କିଲୋମିଟର ପାଇଁ ୧୫ କୋଟି ଟଙ୍କା, ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲେନ ପାଇଁ ୨୦ କୋଟି ଟଙ୍କା, ସମ୍ବଲପୁର-ଟିଟଲାଗଡ ପାଇଁ ୨୫ କୋଟି ଟଙ୍କା ମିଳିଛି ।

Comments are closed.