ରାଜଧାନୀରେ ବିଭତ୍ସ ହତ୍ୟା: ଗଡିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ

ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ । ରାସ୍ତା କଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର । ଏଭଳି ଘଟଣା ରାଜଧାନୀ ଭରତପୁର-ଚନ୍ଦକା ଅନ୍ଧାରୁଆ ଦାସପୁର ରାସ୍ତା କଡରେ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଏହି ବିଭତ୍ସ ହତ୍ୟା ପରେ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଛି । ସମ୍ପୃକ୍ତ ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ତେବେ ଆଜି ସ୍ଥାନୀୟଲୋକ ଯିବା ସମୟରେ ରାସ୍ତା କଡ଼ରେ ମହିଳାଙ୍କ ମୃତଦେହ ପଡିଥିବାର ଦେଖି ପୋଲିସ ଖବର ଦେଇଥିଲେ । ମୃତଦେହ ନିକଟରେ ମହିଳାଙ୍କ ବସ୍ତ୍ର ଓ ବେଡ଼୍ସିଟ୍ ପଡିଥିବାର ସୂଚନା ମିଳିଛି । କେହି ଜଣେ ମହିଳାଙ୍କ ହତ୍ୟା କରିବା ପରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ଅଧିକ ତଥ୍ୟ ଯୋଗାଡ଼ କରିବାରେ ଲାଗିଛନ୍ତି ।

Comments are closed.