ବୁଡ଼ିଲା ମେଡିକାଲ କଲେଜ ତିଆରି ସ୍ୱପ୍ନ, ରାଉରକେଲାବାସୀ ହତାଶ

ଋାଉରକେଲା- ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲେଜି (ଏନ୍ଆଇଟି)ତରଫରୁ ରାଉରକେଲାରେ ମେଜିକାଲ କଲେଜ ସ୍ଥାପନକୁ ମନା କରିଦିଆଯାଇଛି । ଏନ୍ଆଇଟି ବୋର୍ଡ ଅଫ୍ ଗଭର୍ଣ୍ଣର୍ସ (ବିଓଜି) ଅଧ୍ୟକ୍ଷ ଡ.ସଂତୃପ୍ତ ମିଶ୍ର ଏନେଇ ପରୋକ୍ଷ ଭାବରେ କହିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଏନ୍ଆଇଟି ଅଧ୍ୟକ୍ଷ ଡ. ମିଶ୍ର କହିଛନ୍ତି ଯେ କଲେଜ ସ୍ଥାପନ ପାଇଁ ଅର୍ଥ, ଅଧ୍ୟାପକ/କର୍ମଚାରୀ, ଭିତ୍ତିଭୂମି ଓ ଆଇନଗତ ବାଧା ରହିଛି । ତେବେ ଆସନ୍ତା ୨୦୧୯ ଜୁଲାଇ ପରେ ମେଡିକାଲ କଲେଜ ସ୍ଥାପନ ବିଷୟରେ ଚିନ୍ତା କରାଯିବ ବୋଲି କଲେଜ ପକ୍ଷରୁ ସୂଚନା ମିଳିଛି ।

Comments are closed.