ସାଙ୍ଗ ହୋଇ ଚାଲିଗଲେ ୨ ଛାତ୍ରୀ: ଆତ୍ମହତ୍ୟା ସନ୍ଦେହ

ବାଲେଶ୍ୱର ଜିଲ୍ଲା ସୋର ଥାନା ନିକଟସ୍ଥ ଟେଣ୍ଟେଇ ଗ୍ରାମରେ ଗତକାଲି ୨ ଜଣ ଛାତ୍ରୀଙ୍କର ଆକସ୍ମିକ ଭାବେ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାବେଳେ ସେଦୁହେଁ ବିଷ ପିଇ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ମୃତ ଛାତ୍ରୀ ମଧ୍ୟରୁ ଜଣେ ବିରିପଡ଼ା ଗାଁର ପ୍ରିୟଙ୍କା ଦାସ ଓ ଅନ୍ୟଜଣେ ଟେଣ୍ଟେଇ ଗାଁର ଲକ୍ଷ୍ମୀପ୍ରିୟା ଦାସ ଥିବାବେଳେ ଦୁହେଁ ଏକାସାଙ୍ଗରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ଗତକାଲି ପ୍ରିୟଙ୍କା ଓ ଲକ୍ଷ୍ମୀପ୍ରିୟା ଏକାଠି ହୋଇ ଶୋଇଥିବାବେଳେ ଆଜି ସକାଳୁ ସେମାନଙ୍କର ମୃତ ଶରୀର ଉଦ୍ଧାର କରିଛନ୍ତି ଘରଲୋକ । ଶବକୁ ପୋଷ୍ଟମଟମ୍ କରିବା ପାଇଁ ହସ୍ପିଟାଲ ପଠାଯାଇଛି, ଯାହାର ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ରହସ୍ୟ ଜଣାପଡିବ ।

Comments are closed.