ଏପ୍ରିଲରୁ ରାଉରକେଲାରେ ହକି ଷ୍ଟାଡିୟମ କାମ

ରାଉରକେଲା,୧୯ ।୧: ଆଜି ସମ୍ବଲପୁର ଓ ରାଉରକେଲା ଗସ୍ତ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ସମ୍ବଲପୁର ପରେ ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ରାଉରକେଲାରେ 5T ସଚିବ ପହଞ୍ଚିଛନ୍ତି । ପାଣ୍ଡିଆନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ମଧ୍ୟ ପହଞ୍ଚିଛନ୍ତି । ବିଶ୍ୱ କପ୍ ହକି ପାଇଁ ପ୍ରସ୍ତାବିତ ଷ୍ଟାଡିୟମ ନିର୍ମାଣ ସ୍ଥଳୀ ପରିଦର୍ଶନ କରିଛନ୍ତି ୫ଟି ସଚିବ ।ଏହା ସହ ବିପିୟୁଟି ସମ୍ମିଳନୀ କକ୍ଷର ଭିତ୍ତିଭୂମିର ମଧ୍ୟ ସମୀକ୍ଷା କରିଛନ୍ତି 5T ସଚିବ । ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ, ‘ବିପିୟୁଟି ପରିସରରେ ହିଁ ଦେଶର ସର୍ବବୃହତ ହକି ଷ୍ଟାଡିୟମ ହେବ । ୧୫ ଏକର ଜମିରେ ହକି ଷ୍ଟାଡିୟମ ହେବ, ଯେଉଁଥିପାଇଁ ଏପ୍ରିଲରୁ କାମ ଆରମ୍ଭ ହେବ । ପାର୍କିଂ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ପାଇଁ ମଧ୍ୟ କାମ ଆରମ୍ଭ ହେବ । ଷ୍ଟାଡିୟମ ହେବା ଦ୍ୱାରା ବିପିୟୁଟି ଆଦୌ ସଙ୍କୁଚିତ ହେବ ନାହିଁ ।’

ଏହା ପୂର୍ବରୁ 5T ସଚିବ ସମ୍ବଲପୁରରେ ପହଞ୍ଚିଥିଲେ । ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ମନ୍ଦିରରେ କ’ଣ ଉନ୍ନତିମୂଳକ କାର୍ଯ୍ୟ କରାଯିବ, ସେନେଇ ମୁଖ୍ୟ ଶାସନ ସଚିବ ଓ ଫାଇଭ ଟି ସଚିବ ଅନୁଧ୍ୟାନ କରିଥିଲେ ।

Comments are closed.