ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ,୧୯ ।୧: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର । ଢେଙ୍କାନାଳ ସଦର ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇଙ୍କୁ ଆଜି ଲାଞ୍ଚ ନେବା ବେଳେ ଧରିଛି ଭିଜିଲାନ୍ସ । ସୂଚନା ମୁତାବକ, ବେଆଇନ ପଥର ଖାଦାନରୁ ଟ୍ରକ ଛାଡ଼ିଦେବା ପାଇଁ ମାଙ୍କଡା ପଥର ବ୍ୟବସାୟୀଙ୍କଠାରୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ ଲକ୍ଷ୍ମଣ । ଏହି ସମୟରେ ଲକ୍ଷ୍ମଣ ଧରିଥିଲା ଭିଜିଲାନ୍ସ । ଢେଙ୍କାନାଳ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ ଲକ୍ଷ୍ମଣଙ୍କୁ ଗିରଫ କରିଛି। ଏଥିପାଇଁ ଲକ୍ଷ୍ମଣ ଦଳେଇଙ୍କ ତହସିଲ ଅଫିସ୍‌, ଦୋଳ ମଣ୍ଡପ ସାହି ଭଡ଼ା ଘର, କଟକ ବଡ଼ମ୍ବାରେ ଥିବା ପୈତୃକ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ଏହି ଅନିୟମିତତା ନେଇ ଖୋଲାତାଡ଼ ଜାରି ରଖିଛି ଭିଜିଲାନ୍ସ ।

Comments are closed.