ବିଶ୍ରାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ, ପୁଣି ବଢ଼ିଲା କଣ୍ଟେନମେଣ୍ଟ ଅବଧି
ରାଉରକେଲା, ସୁବ୍ରତ ଜେନା : ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଅଂଚଳରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛି । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଂଚଳରେ କଣ୍ଟେନମେଣ୍ଟ ଅବଧିକୁ 48 ଘଣ୍ଟାକୁ ବୃଦ୍ଧି କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଥିବା ଜଣାପଡିଛି । ହେଲେ ଭୟବିତ୍ତ ନହେବା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳକୁ ସାନିଟାଇଜ କରାଯାଉଛି । ସୂଚନାଯୋଗ୍ୟ ଯେ ଗତ କିଛି ଦିନ ପୂର୍ବେ ବିଶ୍ରାରେ ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ସେହି ସମୟରୁ ଲଗାତାର ଉକ୍ତ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିଲା ।
Comments are closed.