ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟରେ ନିୟୋଜିତ ଶ୍ରମିକର ମୃତ୍ୟୁ

ରାଉରକେଲା, ସୁବ୍ରତ ଜେନା : ଆଜି ସକାଳ ପ୍ରାୟ ୯ ଘଟିକା ସମୟରେ ରାଉରକେଲା ସ୍ଥିତ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ଚାଲୁଥିବା ବାଲୁଘାଟ ଅଂଚଳରେ ଜଣେ କାର୍ଯ୍ୟରତ ଶ୍ରମିକର ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଝାରଖଣ୍ଡର ଗଡ଼ବା ଜିଲ୍ଲା ଆଂଚଳବାଡି ଗ୍ରାମର ୨୬ ବର୍ଷୀୟ ମୁମତାଜ ଆନସାରୀ ବୋଲି ଜଣାପଡିଛି । ସେ ବାରବିକ ପ୍ରୋଜେକଟ ଲିମିଟେଡ଼ ନାମକ କମ୍ପାନୀ ଅଧୀନରେ ଡିଜେଲ ମେକାନିକ ଭାବେ କାର୍ଯ୍ୟକରୁଥିଲେ । ସୂଚାନୁସାରେ ସକାଳୁ ପାଣି ପାଇଁ ଖରାପ ଥିବା ମୋଟରକୁ ଷ୍ଟାର୍ଟ କରିବା ସମୟରେ ମୋଟର ବେରିଂ ଭାଙ୍ଗି ତାଙ୍କ ପେଟ ଭିତରେ ପଶିଯାଇଥିଲା..ଫଳରେ ସେ ଆହତ ହୋଇଯାଇଥିଲେ । ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଇଥିଲା..ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ତାଙ୍କ ପରିବାର ବର୍ଗଙ୍କୁ ଖବର ଦିଆଯାଇଥିବା ବେଳେ ମୃତ ବ୍ୟକ୍ତିଙ୍କ ପରିବାରକୁ ସମସ୍ତ କ୍ଷତି ପୁରଣ ଦିଆଯିବ ବୋଲି କମ୍ପାନୀ ତରଫରୁ ସୂଚନ ରହିଛି, ଅନ୍ୟପଟେ ଘଟଣା ସ୍ଥଳରେ ରଘୁନାଥ ପାଲ୍ଲୀ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ତେବେ ଲକ ଡାଉନ ସମୟରେ ସମସ୍ତ କାର୍ଯ୍ୟ ବନ୍ଦ ରହିଥିବା ବେଳେ କେଉଁ ପରିସ୍ଥିତିରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ କାର୍ଯ୍ୟ ଚାଲୁରହିଥିଲା, ତାହାକୁ ନେଇ ଏବେ ପ୍ରଶ୍ନ ବାଛି ସୃଷ୍ଟି ହୋଇଛି ।

Comments are closed.