ରାଏକେଡା ଗ୍ରାମରେ ମୋବାଇଲ ରକ୍ତ ସଂଗ୍ରହ ଯାନ, ୪୧ ଜଣ ଦେଲେ ସ୍ବେଚ୍ଛାକୃତ ରକ୍ତଦାନ

ସୁବର୍ଣ୍ଣପୁର, କଲ୍ୟାଣ ନାୟକ : ବର୍ତ୍ତମାନ ସାରା ଦେଶ ତଥା ରାଜ୍ୟରେ କରୋନା ମହାମାରୀର ଆଶଙ୍କା ଏବଂ ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ଲକଡାଉନ୍ ଓ ସାମାଜିକ ଦୁରତାକୁ ପ୍ରାଧାନ୍ୟ ଦିଆଯାଇଥିବାବେଳେ, ରାଜ୍ୟରେ ବିଭିନ୍ନ ଡାକ୍ତର ଖାନା ମାନଙ୍କରେ ରକ୍ତର ଘୋର ଅଭାବ ଦେଖିବାକୁ ମିଳିଛି । ତେବେ ଏନେଇ ତରଭା ବ୍ଳକ ଅଧିନସ୍ଥ ରାଏକେଡା ଗ୍ରାମରେ ଗତ ଶୁକ୍ରବାର ଦିନ ବଲାଙ୍ଗୀରର ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ ଓ ରାଏକେଡା ଗ୍ରାମର ରାମଜୀ ପାର୍ଟି ତରଫରୁ ଏକ ମୋବାଇଲ ରକ୍ତ ସଂଗ୍ରହ ଯାନ ମାଧ୍ୟମରେ ମାଧ୍ୟମରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଏକେଡା ଗ୍ରାମରେ ୪୧ଜଣ ସ୍ବେଚ୍ଛାକୃତ ବ୍ଯକ୍ତି ମୋବାଇଲ ରକ୍ତ ସଂଗ୍ରହ ଯାନ ଭିତରେ ରକ୍ତଦାନ କରିଥିବାବେଳେ ଏଥିରେ ବହୁ ମହିଳା ମଧ୍ଯ ରକ୍ତଦାନ କରିଥିବା ଦେଖାଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ଯଅତିଥି ଭାବେ ବଲାଙ୍ଗୀରର ଶ୍ରମିକ ନେତା ଜଣାଶୁଣା ତଥା ସମାଜସେବୀ ଲଳିତ ନାୟକ ଯୋଗଦେଇଥିଲେ । ଗ୍ରାମର ଜୟ ମିଶ୍ର, ବବୁଲୁ ମିଶ୍ର, ପ୍ରମୋଦ ମିଶ୍ର, ପ୍ରଦୀପ ମିଶ୍ର ଓ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନର ସୋମନାଥ ମିଶ୍ର ଏବଂ ବିବେକାନନ୍ଦ ମିଶ୍ରଙ୍କ ଦ୍ବାରା ଆୟୋଜିତ ଏହି ରକ୍ତଦାନ କାର୍ଯ୍ଯକ୍ରମ ସଫଳ ହେବା ସହ ଅନ୍ଯମାନଙ୍କୁ ପ୍ରେରଣା ଯୋଗାଇବ।

Comments are closed.