ରୋହିତ-ମୟଙ୍କ ଯୋଡି ଧ୍ୱଂସ କଲା ବହୁ ପୁରୁଣା ରେକର୍ଡ! ବିରାଟଙ୍କୁ ପକାଇଲେ ପଛରେ

ବିଶାଖାପାଟଣା: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଓପନିଂର ସୁଯୋଗ ମିଳିବା ପରେ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲଙ୍କ ଯୋଡି ନୂଆ ରେକର୍ଡ ସୃଷ୍ଟି କରିଛି ।
୧୧ ବର୍ଷ ପୂର୍ବର ଦ୍ରାବିଡ-ସେୱାଗଙ୍କ ରେକର୍ଡ ଭାଙ୍ଗିଛି ଏହି ଯୋଡି । ବିଶାଖାପାଟଣାରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ରେ ରୋହିତ-ମୟଙ୍କଙ୍କ ଯୋଡି ୩୧୭ ରନ୍ କରି ବହୁ ରେକର୍ଡ ଧ୍ୱଂସ କରିଛନ୍ତି ।

ଏହି ଅବସରରେ ମୟଙ୍କର କ୍ୟାରିୟରରେ ପ୍ରଥମ ଶତକ ଯୋଡାଯାଇଥିବା ବେଳେ ରୋହିତ ୧୭୬ ରନରେ ଆଉଟ୍ ହୋଇଥିଲେ । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖୋଳାଯାଇଥିବା ମ୍ୟାଚରେ ଶତକ ଆଣି ରୋହିତ ଓ ମୟଙ୍କ ଦୁନିଆର ପ୍ରଥମ ଓପନର ଯୋଡି ଭାବେ ଗଣାହୋଇଛନ୍ତି ।

Comments are closed.