ଦେଶରେ ଗଡିଲା ପ୍ରଥମ ପ୍ରାଇଭେଟ୍ ଟ୍ରେନ୍, ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ୨୫୦ ଟଙ୍କା

ଲଖନଉ: ଦେଶର ପ୍ରଥମ ପ୍ରାଇଭେଟ୍ ଟ୍ରେନ୍ ତେଜସ ଏକ୍ସପ୍ରେସ ଆଜିଠୁ ନିଜର ଯାତ୍ରା ଆରମ୍ଭ କରିଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଟ୍ରେନକୁ ଲଖନଉ ଜଙ୍କସନରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ।

ତେବେ ତେଜସ ଏକ୍ସପ୍ରେସରେ ଯାତ୍ରୀମାନଙ୍କୁ ବିମାନ ପରି ସୁବିଧା ମିଳିବ । ଟ୍ରେନଟି କାନପୁର ଓ ଗାଜିୟାବାଦରେ ରହି ଦିଲ୍ଲୀ ପହଞ୍ଚିବ । ପ୍ରଥମ ଦିନରେ ପ୍ରାୟ ୪୦୦ ଯାତ୍ରୀ ଲଖନଉରୁ ଦିଲ୍ଳୀକୁ ଯାତ୍ରା କରୁଛନ୍ତି । ତେବେ ଟ୍ରେନରେ ଏକା ସାଙ୍ଗରେ ୭୫୮ ଯାତ୍ରୀ ଯାତ୍ରା କରିପାରିବେ ।

ରେଳଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ବୀମା ସହ ବିଳମ୍ବ ହେଲେ କ୍ଷତିପୂରଣ ଦେବା ପାଇଁ କୁହାଯାଇଛି । ଆଇଆରସିଟିସି ମୁତାବିକ, ଯଦି ଟ୍ରେନ୍ ଏକ ଘଣ୍ଟାରୁ ଅଧିକ ବିଳମ୍ବରେ ଆସେ, ତେବେ ଯାତ୍ରୀମାନଙ୍କୁ ୨୫୦ ଟଙ୍କାର କ୍ଷତିପୂରଣ ଦିଆଯିବ ।

Comments are closed.