ବାଲେଶ୍ୱର : ଅଟୋ ବାଇକ ମୁହାଁ ମୁଁହି ଧକା

ବାଲେଶ୍ୱର (ଲଷ୍ମୀଧର ପ୍ରଧାନ) : ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଜାମସୁଳି ଲଙ୍ଗଳେଶ୍ୱର ରାସ୍ତାରେ ଭୋର ପାଞ୍ଚଟା ବେଳେ ଗୋଟିଏ ଅଜଣା ଅଟୋ ଗୋଟିଏ ମଟର ସାଇକେଲ କୁ ଧକା ଦେଇ ଚାଲିଯାଇଛି | ସ୍ଵେଛାସେବୀ ଅମୁଲ୍ୟ ଶାସମଲ ଘର ଚାଉଲିତି, ସେ ନୂଆଗାଁ ହାଟକୁ ପାନ ଆଣିବା ପାଇଁ ଯାଉଥିବା ସମୟରେ ଲଙ୍ଗଳେଶ୍ୱର ପଟରୁ ଗୋଟିଏ ଅଟୋ ଆସୁଥିଲା ଜାମସୁଳି ପଟରୁ ଅମୁଲ୍ୟ ଆସୁଥିଲେ ହଟାତ ହେଡ଼ ଲାଇଟ ଆଖିରେ ପଡିଯିବାରୁ ଅମୁଲ୍ୟ ଙ୍କୁ କିଛି ଦେଖା ଗଲାନାହିଁ ଗାଡିଟି ପଡିଗଲା ଅଟଟି ଅମୁଲ୍ୟଙ୍କ ବାମ ଗୋଡ଼ ଉପରେ ଚଢ଼ିଗଲା | ସେହି ରାସ୍ତାରେ ସରୁଜ ବଡୁ , ଶଙ୍କର ମହାନ୍ତି, ରାଜେଶ ସାମଲ , ରାଧାଶ୍ୟାମ ରାଉତ , ବିଜେପି ଜିଲ୍ଲା କୃଷକ ମୂର୍ଚ୍ଚା ସାଧାରଣ ସମ୍ପାଦକ ଓ ପୁଟୁରା ଗ୍ରାମ ପଂଚାୟତ ସଭାପତି ରାଧାକୃଷ୍ଣ ବେହେରା ମର୍ନିଙ୍ଗ ୱାର୍କ କରୁଥିବା ସମୟରେ ଦେଖିଥିଲେ | ରାଧାକୃଷ୍ଣ ବେହେରା ଆମ୍ବୁଲାନ୍ସକୁ ଖବର କରି ଅମୁଲ୍ୟକୁ ବସ୍ତା ଡାକ୍ତରଖାନା ପଠାଇବାର ବ୍ୟବସ୍ଥା କରିଥିଲେ ଅପରପଟେ ଏପରି ମହତ କାମ କରିଥିବାରୁ ପଞ୍ଚାୟତ ବାସୀ ରାଧାକୃଷ୍ଣ ଙ୍କୁ ଧନ୍ୟବାଦ ଦେଇଛନ୍ତି | ଲୋକଙ୍କ ଦାବି ଜାମସୁଳି ଛକରେ ଯେଉଁ ପୋଲିସ ପେଟ୍ରୋଲିଙ୍ଗ ପାଇଁ ରହୁଛନ୍ତି ରାତି ଅଧାରୁ ନଯାଇ ରାତିଯାକ ଡିଉଟି କରନ୍ତୁ |

Comments are closed.