ବଡ ଖବର: ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀଙ୍କ ପାଇଁ ରିମେଡିଆଲ କ୍ଲାସ୍

ଭୁବନେଶ୍ୱର : ସ୍କୁଲ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଆରମ୍ଭ ହେବ ରିମେଡିଆଲ କ୍ଲାସ । ଶିକ୍ଷାବର୍ଷ ଆରମ୍ଭରୁ ଛାତ୍ରଛାତ୍ରୀଙ୍କ ରିଭିଜନ୍ କ୍ଲାସ୍ ଆରମ୍ଭ ହେବାର ଜଣାପଡ଼ିଛି । ପ୍ରଥମ ୨/୩ ମାସରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହେବ । ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ କିଛିଦିନ ପୂର୍ବରୁ ରାଜ୍ୟ ସରକାର ପ୍ରଥମରୁ ଅଷ୍ଟମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ପାସ୍ ଘୋଷଣା କରିଥିଲେ । ଆସନ୍ତା ଏପ୍ରିଲ ମାସରେ ଶିକ୍ଷାବର୍ଷ ଆରମ୍ଭ ନହୋଇ ଆସନ୍ତା ଜୁନ ମାସରୁ ଶିକ୍ଷାବର୍ଷ ଆରମ୍ଭ ହେବାର ସମ୍ଭାବନା ରହିଛି । ବର୍ତ୍ତମାନର ସ୍ଥିତି ଯାହା, ସ୍କୁଲ ଖୋଲିବା ଏକପ୍ରକାର ଅସମ୍ଭବ । ତେଣୁ ଚଳିତ ବର୍ଷ କ୍ଲାସ ହୋଇନଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ ।

Comments are closed.