ବାଲି ଖୋଳୁ ଖୋଳୁ ମହାଦେବ, ଚାଲିଛି ପୂଜାର୍ଚ୍ଚନା

ଯାଜପୁର: ବାଲି ଖୋଳୁ ଖୋଳୁ ବାହାରିପଡିଲେ ମହାଦେବ । ଯାଜପୁର ଜିଲ୍ଲା ଦଶରଥପୁର ତହସିଲ ଅଧିନସ୍ଥ ସିଧେଶ୍ୱର ପୀଠ ନିକଟରେ ଥିବା ବୈତରଣୀ ନଦୀ ଗର୍ଭରୁ ବାହାରିଛି ଶିବଲିଙ୍ଗ । ଖବର ପ୍ରସାରିତ ହେବା ପରେ ଆଜି ସକାଳୁ ଶହଶହ ଶ୍ରଦ୍ଧାଳୁ ସେଠାରେ ଭିଡ ଲଗାଇଛନ୍ତି । ଅନ୍ୟପଟେ ଦଶରଥପୁର ତହସିଲଦାର ନଦୀ ଭିତରେ ଥିବା ଶିବଲିଙ୍ଗ ପାଖରେ ପହଞ୍ଚି ସ୍ଥିତି ପରଖିଛନ୍ତି । ଅନ୍ୟପଟେ ସିଧେଶ୍ୱର ମହାଦେବଙ୍କ ସେବାୟତ ଆଜି ଶିବ ଲିଙ୍ଗଙ୍କ ପୂଜାର୍ଚ୍ଚନା କରିଛନ୍ତି ।

ତେବେ ବୈତରଣୀ ନଦୀ ଗର୍ଭରୁ ଗୋଟିଏ ଧଳା ଶିବ ଲିଙ୍ଗ ବାହାରିଥିବା ବେଳେ ଆଉ ଦୁଇଟି ଅମୁହାଁ ମନ୍ଦିର ଦୃଶ୍ୟମାନ ହେଉଛି । ସିଧେଶ୍ୱର ମନ୍ଦିରରୁ ଦୁଇଶହ ମିଟର ଦୂରରେ ବୈତରଣୀ ନଦୀ ଗର୍ଭରୁ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଛି । ଦିନ ରାତି ବାଲି ଉତ୍ତୋଳନ ଯୋଗୁଁ ଉକ୍ତ ଅଞ୍ଚଳରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ତେବେ ସେହି ଉତ୍ତୋଳନ ଭିତରେ ପୁରାତନ ଏହି ମନ୍ଦିର ଓ ଲିଙ୍ଗ ଦୃଶ୍ୟମାନ ହୋଇଛି ।

Comments are closed.