ନିର୍ଯ୍ୟାତିତ କିଶୋରୀର ପରିବାରକୁ ଭେଟିଲା ଜିଲ୍ଲା କଂଗ୍ରେସ କମିଟି

କଳାହାଣ୍ଡି, ନର୍ଲା ଅନିଲ ଅଗ୍ରୱାଲ : ନବମ ଶ୍ରେଣୀରେ ଅଧ୍ୟୟନରତ ଏକ ଛାତ୍ରୀ ପ୍ରତି ଅନ୍ୟାୟ ଓ ଅସଦାଚରଣ କରି ଚମ୍ପଟ ମାରିଥିବା ଏକ ଶିକ୍ଷକଙ୍କ ଘଟଣା ଏବେ ଲୋକ ଲୋଚନକୁ ଆସିଛି। କଳାହାଣ୍ଡି ଜିଲ୍ଲାରୁ ନିର୍ବାଚିତ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଜି ରାଜ୍ୟର ଗୃହ ରାଷ୍ଟ୍ର ମନ୍ତ୍ରୀ ଥିବା ସତ୍ୱେ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣାକୁ ତୀବ୍ର ନିନ୍ଦା କରିଛି କଳାହାଣ୍ଡି ଜିଲ୍ଲା କଂଗ୍ରେସ ।

ସୂଚନାନୁଯାୟୀ ଯେ ମ.ରାମପୁର ବ୍ଲକ ବାରବନ୍ଧା ଅଞ୍ଚଳର ବେଲପଡା ଉଚ୍ଚ ପ୍ରଥାମିକ ବିଦ୍ୟାଳୟର ନବନ ଶ୍ରେଣୀର ପଢୁଥିବା ଏକ ଛାତ୍ରୀକୁ ସେହି ବିଦ୍ୟାଳୟରେ ଚୁକ୍ତିଭିତିକ ଶିକ୍ଷକ ହିମାଦ୍ରୀ ମଳୟ ମଙ୍ଗରାଜ ଗତ ୭ ତାରିଖ ରବିବାର ଦିନ ସଂଧ୍ୟାରେ ଘରକୁ ଆସି ଫୁସୁଲେଇ ୧୦ଟା ୪୦ ମିନିଟରେ ପଲମକୁ ନେଇଥିଲା । ସେଇଠି ରଖି ନାବାଳିକା ସହିତ ଶାରୀରିକ ସମ୍ପର୍କ ରଖିବା ପରେ ନିଜର ବାଇକରେ ଭୂବନେଶ୍ୱରକୁ ନେଇଥିଲା । ସଂପୃକ୍ତ ଶିକ୍ଷକଙ୍କ ଘର ଖୋର୍ଦ୍ଦା ଜିଲ୍ଲା ବୋଲଗଡ ବ୍ଲକ ଅନ୍ତର୍ଗତ ବଡକୁମାରୀ ପଂଚାୟତାଧିନ ହରିକେଶରପୁର ଅଟେ । ତେବେ ସଂପୃକ୍ତ ରସିକିଆ ଶିକ୍ଷକ ଗତ ୯ତାରିଖରେ ଘରକୁ ଯିବା କହି ହାଇଟେକ୍ ବସରେ ଝିଅକୁ ଏକାକୀ କଳାହାଣ୍ଡି ପଠେଇ ଦେଇଥିଲା । ଏଥି ମଧ୍ୟରେ କିଶୋରୀର ବାପା-ମା ଝିକୁ ଖୋଜଖୋଜି କରିବା ପରେ ମ.ରାମପୁର ଥାନାରେ ଗତ ୮ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ । ଝିଅ ପାଖରେ ସଂପୃକ୍ତ ଅଭିଯୁକ୍ତ ଶିକ୍ଷକର ଆଧାର କାର୍ଡ୍ ରହିଛି । ତେବେ ବାପା-ମାକୁ ଯୋଗାଯୋଗ କରିବା ପରେ ପୁଲିସ ଯାଇ ଝିଅକୁ ପଲମରୁ ଉଦ୍ଧାର କରିଥିଲା । ଏହାକୁ ନେଇ ଆଜି ଜିଲ୍ଲା କଂଗ୍ରେସ କମିଟିର ଏକ ସ୍ୱତନ୍ତ୍ର ଦଳ ସଂପୃକ୍ତ ଝିଅର ଘରକୁ ଯାଇ ଘଟଣା ସଂପର୍କରେ ପଚାରି ବୁଝିଥିଲେ । ଜିଲ୍ଲାରେ ଆଜି ମହିଳା ଅସୁରକ୍ଷିତ । ଏକ ନିରୀହ ଝିଅର ସରଳତାର ସୁଯୋଗ ନେଇ ରସିକିଆ ଶିକ୍ଷକ ବିବାହର ପ୍ରଲୋଭନ ଦେଖାଇ ଶାରିରୀକ ସଂପର୍କ ସ୍ଥାପନ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣାରେ ତୁରନ୍ତ ଆସାମୀକୁ ତୁରନ୍ତ ଗିରଫ କରି ଉଚିତ୍ ଦଣ୍ଡ ବିଧାନ କରିବା ପାଇଁ କଳାହାଣ୍ଡି ଜିଲ୍ଲା କଂଗ୍ରେସ ଦାବୀ କରିଛି । ନଚେତ ଆଗାମୀ ଦିନରେ ଥାନା,ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ କୁ ଘେରାଓ କରିବା ସହ ଜିଲ୍ଲାକୁ ଅଚଳ କରିଦିଆଯିବ ବୋଲି କଳାହାଣ୍ଡି ଜିଲ୍ଲା
କଂଗ୍ରେସ କମିଟି ଚେତାବନୀ ଦେଇଛି । ସଭାପତି ଭାରତ ଭୂଷଣ ବେମାଲ,ଉପ-ସଭାପତି ଦେବୀ ପ୍ରସାଦ ସିନ୍ଦୁର,ବରିଷ୍ଠ ଆଦିବାସୀ ନେତା ପରମାନନ୍ଦ ମାଝୀ, ବ୍ରଜ ସାହୁ ସଂପାଦକ ଜିଲ୍ଲା କଂଗ୍ରେସ କମିଟି, ଟାଉନ୍ କଂଗ୍ରେସ କାର୍ଯ୍ୟକାରୀ ସଭାପତି ସରୋଜ ବାଗ, ମହମ୍ମଦ ସାହେବ ରାଜ୍ୟ ଯୁବ କଂଗ୍ରେସ ସଭାପତି, ପ୍ରିତମ ବେହେରା ଟାଉନ୍ କଂଗ୍ରେସ କମିଟି ପ୍ରମୁଖ ରାଜ୍ୟ ସରକାରଙ୍କ ନିତୀ ପ୍ରତି କଟୁ ଭତ୍ସନା କରିଛନ୍ତି । ଅଭିଯୁକ୍ତ ଶିକ୍ଷକ ବର୍ତମାନ ସୁଦ୍ଧା ଠାବ ହୋଇନଥିବା ବେଳେ ପୁଲିସର ସ୍ୱତନ୍ତ୍ର ଟିମ୍ ସଂପୃକ୍ତ ଶିକ୍ଷକକୁ ଗିରଫ କରିବା ପାଇଁ ଖୋର୍ଦ୍ଦା ଯାଇଥିବା ଜଣାପଡିଛି ।

Comments are closed.