ଦାସିଆ ଅଜାଙ୍କ ସଂଗ୍ରହାଳୟ ପରିଦର୍ଶନ କଲେ ଓଡ଼ିଶା ମହାଡାକପାଳ ଏବଂ ନୟାଗଡ ଜିଲ୍ଲା ଡାକ ଅଧିକ୍ଷକ

ନୟାଗଡ , ପୁଷ୍ପଲତା ପ୍ରଧାନ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ଗ୍ରାମ ରେ ପ୍ରତିଷ୍ଠିତ ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ , ସଂଗ୍ରାହକ, ସାରସ୍ଵତ ସାଧକ ଦାସିଆ ଅଜାଙ୍କ ସଂଗ୍ରହାଳୟ, ପାଠାଗାର ଏବଂ ଗବେଷଣାଗାରକୁ ଓଡ଼ିଶାର ମହାଡ଼ାକପାଳ ଜଳେଶ୍ଵର କହଁର, ନୟାଗଡ ଜିଲ୍ଲା ଡାକ ବିଭାଗ ଅଧିକ୍ଷକ ଦେବୀ ପ୍ରସାଦ ନାୟକ ପରିଦର୍ଶନ କରିଛନ୍ତି । ଏକ ଗ୍ରାମୀଣ ପରିବେଶ ମଧ୍ୟରେ ଜଣେ ସାଧାରଣ ବ୍ୟକ୍ତି ଅସାଧାରଣ ପରିକଳ୍ପନା ଦ୍ଵାରା ପାଦରେ ଚାଲି ଚାଲି ସମଗ୍ର ଓଡ଼ିଶା ଏବଂ ଭାରତ ବର୍ଷ ର ବିଭିନ୍ନ ସ୍ଥାନକୁ ବୁଲି ବୁଲି ମାଗି ଯାଚି କରି ବିଶ୍ଵ ବାସୀଙ୍କ ପାଇଁ ସୃଷ୍ଟି କରିଥିବା ସାଂସ୍କୃତିକ ସମ୍ଭାରକୁ ଦେଖି ମହା ଡାକପାଳ ଏବଂ ନୟାଗଡ ଜିଲ୍ଲା ଡାକ ବିଭାଗ ଅଧିକ୍ଷକ ଆଶ୍ଚର୍ଯ୍ୟ ହୋଇଥିଲେ।ପାଠାଗାର ଓ ସଂଗ୍ରହାଳୟ ରେ ସଂଗୃହିତ ହୋଇ ରହିଥିବା ପୁରାତନ ପୁସ୍ତକ, ତାଳ ପତ୍ର ପୋଥି,ବିଭିନ୍ନ ଦେଶର ବିରଳ ପଦାର୍ଥ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।ଦାସିଆ ଅଜାଙ୍କ ସମାଧି ପୀଠରେ ଗଭୀର ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବା ସହ ଡାକ ଅଧିକ୍ଷକ ଙ୍କ ନିକଟରେ ଥିବା ବିରଳ ଇଲୋ ଟ୍ରନିକ୍ସ ସାମଗ୍ରୀ ମାନ ସଂଗ୍ରହାଳୟ ରେ ପ୍ରଦର୍ଶନ ପାଇଁ ପ୍ରଦାନ କରିଥିଲେ।ଅନୁଷ୍ଠାନ ର ସମ୍ପାଦକ ତଥା ଦାସିଆ ଅଜାଙ୍କ ନାତି ଦୀପକ ପଟ୍ଟନାୟକ ଙ୍କ ସହ ଦାସିଆ ଅଜାଙ୍କ ସାଧନା ଏବଂ ବର୍ତ୍ତମାନ ସଂଗ୍ରହ ହେଉଥିବା ବିଭିନ୍ନ ବିରଳ ଦ୍ରବ୍ୟ ସମ୍ପର୍କରେ ମହା ଡାକପାଳ ଏବଂ ଡାକ ଅଧିକ୍ଷକ ଆଲୋଚନା କରିଥିଲେ।ଅନୁଷ୍ଠାନ ତରଫରୁ ଉଭୟ ବରିଷ୍ଠ ଅଧିକାରୀ ଙ୍କୁ ସ୍ଵାଗତ କରାଯାଇଥିଲା।

Comments are closed.