ହରମୋନକୁ କରନ୍ତୁ ନିୟନ୍ତ୍ରଣ

ଭୁବନେଶ୍ୱର: ଜୀବନଶୈଳୀ ଏବେ ସାଧାରଣ ନାହିଁ । ବିଭିନ୍ନ ପ୍ରକାରର ଟେନସନ ଓ କର୍ମବ୍ୟସ୍ତତା ଭିତରେ ଲୋକେ ଭୁଲିଯାଉଛନ୍ତି ଖାଦ୍ୟପେୟ । ଯାହା ଫଳରେ ଦେଖାଦେଉଛି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା । ଏହି ସମସ୍ୟା ମାନଙ୍କ ମଧ୍ୟରୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ହେଉଛି ହରମୋନ ସମସ୍ୟା । ତେବେ ଏହି ସମସ୍ୟାରୁ ସହଜରେ କେତେକ ଘରୋଇ ଉପଚାର ଦ୍ୱାରା ମୁକ୍ତି ମିଳିଥାଏ ।

ସକାଳୁ ଜୁଆଣି ପାଣି ପିଇଲେ ହରମୋନସ୍ତର ନିୟନ୍ତ୍ରିତ ହୋଇଥାଏ । ଏହା ପେଟ ଥଣ୍ଡା ରହିବା ସହିତ ପାଚନ କ୍ରିୟା ସ୍ୱାଭାବିକ କରେ । ରାତିରେ ଏକ ଗ୍ଲାସ୍‌ ପାଣିରେ ଏକ ଚାମୁଚ ଜୁଆଣି ପକାଇ ଏହାକୁ ସକାଳୁ ପିଇଲେ ବିଭିନ୍ନ ପ୍ରକାର ହାର୍ଟ ସମସ୍ୟା ଦୂର ହୋଇଥାଏ ।

ନିୟମିତ ଏହାକୁ ପିଇଲେ ମେଦବହୁଳତାରୁ ଆଶଙ୍କା ମଧ୍ୟ ଦୂର ହୋଇଥାଏ । ଜୁଆଣି ପାଣି ଶରୀରରେ ଥିବା ଅତ୍ୟଧିକ ଚର୍ବି ହ୍ରାସ କରେ । ଏସିଡିଟି ଓ କୋଷ୍ଠକାଠିନ୍ୟକୁ ଏହି ପାଣି ଦୂର କରେ । ଉଚ୍‌ଚରକ୍ତଚାପରେ ଏହା ମହୌଷଧୀ କାମ କରିଥାଏ ।

Comments are closed.