ଗହଣା ଦୋକାନରୁ ସୁନାଗହଣା ଭର୍ତ୍ତି ବ୍ୟାଗ୍ ଝାମ୍ପିନେଲେ ଦୁର୍ବୁତ୍ତ

ଭଦ୍ରକ(ନିମାଇଁ ନାୟକଙ୍କ ସହ ଅମରନାରାୟଣ ମହାନ୍ତି) : ଭଦ୍ରକରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅସାମାଜିକଙ୍କ କାର୍ଯ୍ୟକଳାପ । ଶୀକାର ହେଉଛନ୍ତି ସାଧାରଣ ଲୋକ । ଧନ ଜୀବନ ହୋଇ ଉଠୁଛି ଦୁର୍ବିସହ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ । ବାସୁଦେବପୁର ଅନ୍ତର୍ଗତ ବେତଡା ବଜାରର ଏକ ସୁନା ଗହଣା ଦୋକାନରୁ ଆଜି ସକାଳ ୧୦ ଟା ସମୟରେ ଦୋକାନୀ ଜଣଙ୍କ ନିଜ ଦୋକାନ ଖୋଲୁଥିବା ସମୟରେ ଏକ ମୋଟର ସାଇକେଲରେ ଦୁଇ ଜଣ ଦୁର୍ବୁତ୍ତ ଆସି ଝାମ୍ପିନେଇଛନ୍ତି ଦୋକାନୀଙ୍କ ସୁନାଗହଣା ଭର୍ତ୍ତି ବ୍ୟାଗ୍ । ସୂଚନା ଅନୁସାରେ ବେତଡା ବଜାରରେ ତୁଳମତୁଳାର ସତ୍ୟାନନ୍ଦ ସାହୁଙ୍କ ପୁଅ ତାରାକାନ୍ତ ସାହୁଙ୍କ କାଶୀଶ୍ୱର ଜୁଏଲାରୀ ଦୋକାନ । ପ୍ରତିଦିନ ପରି ଆଜି ମଧ୍ୟ ଘରୁ ସୁନାଗହଣା ଭର୍ତ୍ତି ବ୍ୟାଗ ନେଇ ଦୋକାନ ଖୋଲିବାକୁ ଆସିଥିଲେ । ଦୋକାନ ଖୋଲୁଥିବା ସମୟରେ ଏକ ମୋଟର ସାଇକେଲରେ ଦୁଇ ଜଣ ଦୁର୍ବୁତ୍ତ ଆସି ତାଙ୍କ ଗହଣା ବ୍ୟାଗ ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ସୁଚନା ପାଇ ବାସୁଦେବପୁର ଥାନାଧିକାରିଣୀ ସାବିତ୍ରୀ ପଣ୍ଡା ଓ ଅନ୍ୟ ପୋଲିସ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Comments are closed.