ଝରାଫୁଲ ମାମଲା: OYO ରୁମରେ ଅଭିଯୁକ୍ତ ରାକେଶ, ସାମ୍ନାକୁ ଆସିପାରେ ମୃତ୍ୟୁର ରହସ୍ୟ

ଭୁବନେଶ୍ୱର,୩ ।୨: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ କୁଆଖିଆ ପୋଲିସର ତନାଘନା ଜାରି ରଖିଛି । ଏହି ମାମଲାରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ରିମାଣ୍ଡରେ ନେଇ ତଦନ୍ତ ଚାଲିଛି । ଆଜି ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଭୁବନେଶ୍ୱର ଆଣିଛି ପୋଲିସ । ୨୬ ତାରିଖ ରାତିରେ ଝରାଫୁଲ ରହିଥିବା ଶିବସାଇ ଗେଷ୍ଟ ହାଉସରେ ଅଭିଯୁକ୍ତ ରାକେଶକୁ ଅଣାଯାଇଛି । ସିନ ରିକ୍ରିିଏସନ ପାଇଁ ଅଭିଯୁକ୍ତ ରାକେଶକୁ ପୋଲିସ ଆଣିଛି । ଗେଷ୍ଟ ହାଉସରେ ରାକେଶକୁ ନେଇ ଚାଲିଛି ଅଧିକ ତଦନ୍ତ ।

ଏହା ପୂର୍ବରୁ ଅଭିଯୁକ୍ତ ରାକେଶକୁ ଯାଜପୁରର ମୂଳାପାଳକୁ ନେଇଥିଲା ପୋଲିସ । ସେଠାରେ ପୋଲିସ ଝରାଫୁଲ ମୃତ୍ୟୁ ଘଟଣାକୁ ନେଇ ସିନ୍ ରିକ୍ରିଏଟ କରିଥିଲା । ମୃତଦେହ ଫିଙ୍ଗିଥିବା ମୂଳାପାଳ ନିକଟରେ ସିନ୍ ରିକ୍ରିଏଟ କରି ଦେଖାଇଥିଲା ଅଭିଯୁକ୍ତ ରାକେଶ ସ୍ୱାଇଁ । କେମିତି ମୃତଦେହ ନେଇ ଫିଙ୍ଗିଥିଲା, ତାହାକୁ ଡେମୋ କରି ଦେଖାଇଥିଲା ଅଭିଯୁକ୍ତ ।

ଉଲ୍ଲେଖଯୋଗ୍ୟ ଯେ, ଯାଜପୁର-କୁଆଖିଆ ମୂଳାପାଳ ଦିଆଲିଖଣ୍ଡି ରାସ୍ତା କଡରୁ ବୁଧବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଥିଲା । ସିସିଟିଭି ଭିଜୁଆଲ୍ ରୁ ଅପରାଧୀଙ୍କୁ ଚିହ୍ନଟ କରିଥିଲା ପୋଲିସ । ସିସିଟିଭି ଭିଜୁଆଲରେ ଏକ ୨ ଚକିଆ ଗାଡିରେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ମଝିରେ ବସାଇ ନେଇ ଯାଉଥିବା ଦେଖିବାକୁ ମିଳିଥିଲା ।

Comments are closed.