ବଢିଲା ମାଟ୍ରିକ ଫର୍ମପୂରଣ ଅବଧି

ଭୁବନେଶ୍ୱର,୩ ।୨: ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣର ସମୟ ସୀମା ବଢିଛି । ଫେବ୍ରୁଆରୀ ୧୦ ମଧ୍ୟରାତ୍ରି ଯାଏଁ ଛାତ୍ରଛାତ୍ରୀମାନେ ଫର୍ମପୂରଣ କରିପାରିବେ । ମାଟ୍ରିକ ପିଲାଙ୍କ ଫର୍ମପୂରଣ ଅବଧି ବଢାଇଛନ୍ତି ରାଜ୍ୟ ସରକାର । ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷା ଫର୍ମପୂରଣ ଅବଧି ବୃଦ୍ଧି ହୋଇଛି । ଅବଧି ବୃଦ୍ଧି ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଫେବ୍ରୁଆରୀ ୨ ଯାଏଁ ଫର୍ମପୂରଣର ଅବଧି ଥିଲା ।

କରୋନା କାରଣରୁ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଆସନ୍ତା ମେ ୩ରୁ ୧୫ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ଓ ଛାତ୍ରଛାତ୍ରୀମାନେ ପ୍ରତି ବିଷୟରେ ୧୦୦ ମାର୍କ ବଦଳରେ ୮୦ ମାର୍କର ପରୀକ୍ଷା ଦେବେ । ସେଥିମଧ୍ୟରେ ୫୦ ନମ୍ବର ଅବଜେକଟିଭ୍ ଓ ୩୦ ନମ୍ବର ସବଜେକଟିଭ୍ ରହିବ । ମାତ୍ର ପରୀକ୍ଷା ଫଳ ପ୍ରକାଶ ସମୟରେ ୧୦୦ ନମ୍ବରରୁ ମୂଲ୍ୟାଙ୍କନ କରାଯିବ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ ଅଢ଼େଇ ଘଣ୍ଟା ବଦଳରେ ୨ ଘଣ୍ଟା ସମୟ ଦିଆଯିବ । ପିଲାମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ, ଅନ୍ୟ ସ୍କୁଲର ପରୀକ୍ଷକ ଯୋଗଦେବେ । ସକାଳ ୮ଟାରୁ ୧୦ଟା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ । ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବା ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.