ପ୍ରଦୀପ ପାଣିଗ୍ରାହୀ ମାମଲା: ତଦନ୍ତ କରିପାରିବନି ଭିଜିଲାନ୍ସ

ଭୁବନେଶ୍ୱର,୩ ।୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗାହୀଙ୍କ ବିରୋଧରେ ହୋଇଥିବା ମାମଲାରେ ତଦନ୍ତ କରିପାରିବନି ଭିଜିଲାନ୍ସ । ଲୋକାୟୁକ୍ତଙ୍କ ତଦନ୍ତ ଆଦେଶକୁ ଆଜି ଖାରଜ କରିଛନ୍ତି ହାଇକୋର୍ଟ । ଫଳରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ ଆଶ୍ୱସ୍ତି ମିଳିଛି ।

ତେବେ ପ୍ରଦୀପ ମାମଲାର ଆବେଦନକାରୀ ଭିଜିଲାନ୍ସର ଜଣେ ଡିଏସପି ହୋଇଥିବାରୁ ଭିଜିଲାନ୍ସ ଏହାର ତଦନ୍ତ କରିବା ବେଆଇନ୍ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି । ଏହି କାରଣରୁ ଭିଜିଲାନ୍ସ ଏ ମାମଲାରେ ତଦନ୍ତ କରିପାରିବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ଲୋକାୟୁକ୍ତଙ୍କଠାରେ ମାମଲା ପରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲେ ପ୍ରଦୀପ । ଆଜି ହାଇକୋର୍ଟର ଏକ ଡିଭିଜନ ବେଞ୍ଚ ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଆଇନ ସିଦ୍ଧ ନୁହେଁ ବୋଲି ସ୍ପଷ୍ଟ କହିଛନ୍ତି । ଏନେଇ ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

Comments are closed.