ସହିଦ ପରିବାରଙ୍କୁ ମିଳିବ ୪ ଗୁଣା ଅଧିକ ଆର୍ଥୀକ ସହାୟତା

ନୂଆଦିଲ୍ଲୀ: ସହିଦ ପରିବାରଙ୍କ ପାଇଁ ସହାୟତା ରାଶିକୁ ୪ ଗୁଣା ବୃଦ୍ଧି କଲେ କେନ୍ଦ୍ର ସରକାର । ପୂର୍ବରୁ ସହିଦ ପରିବାରଙ୍କୁ ୨ ଲକ୍ଷ ଟଙ୍କା ମିଳୁଥିବା ବେଳେ ଏଣିକି ତାହା ୮ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ସହାୟତା ବୃଦ୍ଧି ନିଷ୍ପତ୍ତିକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି । ଭାରତୀୟ ସେନା ଯୁଦ୍ଧ ମୃତକ କଲ୍ୟାଣ ପାଣ୍ଠିରୁ ଏହି ସହାୟତା ରାଶି ଦିଆଯିବ ।

ବର୍ତ୍ତମାନ ଯୁଦ୍ଧ ସମୟରେ ଆହତ ହୋଇଥିବା ଯବାନଙ୍କୁ ୨ ଲକ୍ଷ ବଦଳରେ ୮ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ । ପେନସନ୍ , ସେନାର ସାମୁହିକ ବୀମା , ସେନା କଲ୍ୟାଣ ନିଧି ଏବଂ ଅନୁଗ୍ରହ ରାଶିକୁ ଛାଡି ଏହି ସହାୟତା ରାଶି ଦିଆଯିବ ।

Comments are closed.