ଅନନ୍ତନାଗରେ ପ୍ରଥମ ଆତଙ୍କବାଦୀ ଆକ୍ରମଣ, ୧୦ ଗୁରୁତର

ଅନନ୍ତନାଗ: ଜମ୍ମୁ-କଶ୍ମୀରର ଅନନ୍ତନାଗରେ ଆଜି ସୁରକ୍ଷାବଳଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଡେପୁଟି କମିଶନର ବା ଡିସିଙ୍କ ଘର ଆଗରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଗ୍ରେନେଡ ଆକ୍ରମଣରେ ୧୦ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଟ୍ରାଫିକ୍ ପୋଲିସ ଓ ଜଣେ ସାମ୍ବାଦିକ ଥିବାର ଜଣାପଡିଛି । ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହା ହେଉଛି ଆତଙ୍କବାଦୀଙ୍କ ପ୍ରଥମ ଗ୍ରେନେଡ ଆକ୍ରମଣ ।

ତେବେ ବାଇକରେ ଆସି ଗ୍ରେନେଡ ପିଙ୍ଗିଥିଲେ ଆତଙ୍କବାଦୀ । ଖବରପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ଯବାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି ।

Comments are closed.