ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁପକ୍ଷୀ ବଳି, ରକ୍ତରେ ଭିଜିଲା ରାଜରାସ୍ତା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆଜି ଆରମ୍ଭ ହୋଇଯାଇଛି । କଟକଣା ସତ୍ତେ୍ୱ ହଜାର ହଜାର ପଶୁପକ୍ଷୀମାନଙ୍କୁ ସେଠାରେ ବଳି ଦିଆଯାଉଛି । କୋର୍ଟକୁ ଅମାନ୍ୟ କରି ମାନସିକ ପୂରଣ ପାଇଁ ଲୋକମାନେ ସେଠାରେ ନୀରିହ ପଶୁପକ୍ଷୀମାନଙ୍କୁ ବଳି ପକାଇବାରେ ଲାଗିଛନ୍ତି । ବଳି ପାଇଁ ରକ୍ତରେ ଜୁଡୁବୁଡୁ ହୋଇ ପଡିଛି ରାଜରାସ୍ତା ।

ମା’ ମାଣିକେଶ୍ୱରୀଙ୍କ ଏହି ପ୍ରସିଦ୍ଧ ଛତର ଯାତ୍ରାକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଏନେଇ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବା ସହ ପ୍ରାୟ ୧୦ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ।

Comments are closed.