ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ

ପୁରୀ: ପୁରୀ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ ସରକାର ଯେତେ କଟକଣା କଲେ ମଧ୍ୟ ଲୋକାମାନେ ନିଜର ଅଭ୍ୟାସ ସୁଧାରୁ ନାହାନ୍ତି । କଡା ନିର୍ଦ୍ଦେଶ ପରେ ବି ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହେବାରେ ଲାଗିଛି । ଏବେ ଶ୍ରୀମନ୍ଦିର ଭିତରର ଆଉ ଏକ ଫଟୋ ଭାଇରାଲ ହେଇଛି, ଯେଉଁଥିରେ ଓଡିଆ ହିରୋେଇନ୍ ଦିବ୍ୟା ଥିବା ଦେଖିବାକ ମିଳିଛି ।

ଦିବ୍ୟା ତାଙ୍କ ପରିବାର ସହ ଆନନ୍ଦବଜାରରେ ଖାଉଥିବା ବେଳେ ଫଟୋ ଉଠାଯାଇଥିଲା, ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଫଟୋଟି କିଏ ଭାଇରାଲ କରିଛି ତାହା ଜଣାପଡିନାହିଁ । ଏବେ ପ୍ରଶ୍ନ ଉଠୁଛି କି, ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୋବାଇଲ କେମିତି ଭିତରକୁ ଗଲା ?

Comments are closed.