ବିମାନ ଦୁର୍ଘଟଣାରେ ଚାଲିଗଲା ୨ ପାଇଲଟଙ୍କ ଜୀବନ

ତେଲେଙ୍ଗାନା: ଆଜି ଦୁର୍ଘଟଣାର ସମ୍ମୁଖୀନ ହୋଇଛି ଏକ ଟ୍ରେନର ବିମାନ । ଦୁର୍ଘଟଣାଟି ଘଟିଛି ତାମିଲନାଡୁର ବିକାରବାଦ ଜିଲ୍ଲା ଅନ୍ତର୍ଗତ ସୁଲତାନପୁର ଗ୍ରାମରେ । ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟଜଣେ ପୁରୁଷ ଥିଲେ । ପୁରୁଷ ପାଇଲଟଙ୍କ ନାମ ପ୍ରକାଶ ବିଶାଲ ଥିବା ବେଳେ ଅନ୍ୟ ପାଇଲଟଙ୍କ ନାମ ଏବେବି ଅସ୍ପଷ୍ଟ ହୋଇରହିଛି । ଖବର ପାଇଁ ଉଦ୍ଧାରକାରି ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ତେବେ ସୁଲତାନପୁର ଗ୍ରାମ ଉପରେ ବିମାନଟି ଉଠୁଥିବା ବେଳେ ହଠାତ୍ ତାହା କ୍ଷେତକୁ ଖସିପଡିଥିଲା । ଦୁର୍ଘଟଣାର ଶବ୍ଦ ଶୁଣି ଗାଁ ଲୋକମାନେ ସେଠାରେ ପହଞ୍ଚିବା ସହ ପୋଲିସକୁ ଖବର ଦେଇଥିଲେ ।

Comments are closed.