ପୁଣି ଜୈଶର ଜଣେ ଆତଙ୍କବାଦୀ ବରମୁଲ୍ଲାରୁ ଗିରଫ

ଜମ୍ମୁ: ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ଆଉ ଜଣେ ଆତଙ୍କବାଦୀକୁ ଜମ୍ମୁ-କାଶ୍ମୀରର ବରମୁଲ୍ଲା ଜିଲ୍ଲାରୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଆତଙ୍କବାଦୀର ନାମ ମୋହଶିନ୍ ମନଜୋର ହୋଇଥିବା ବେଳେ ପୋଲିସ ତା ପାଖରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି ।

ତେବେ ବରମୁଲ୍ଲା ଜିଲ୍ଲାରେ ଆକ୍ରମଣ ଓ ଅନ୍ୟ ଦୁଇଟି ମାମଲାରେ ଜଡିତ ଥିଲା ମୋହଶିନ୍ । ବରମୁଲ୍ଲାରେ ଅନ୍ୟ ୨ ସହଯୋଗୀ ସହ ଆକ୍ରମଣ କରିଥିଲା ମୋହଶିନ୍ । ସେମାନଙ୍କ ମଧ୍ୟରୁ ଜଣେ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ ଅନ୍ୟ ଜଣେ ଆତଙ୍କବାଦୀଙ୍କୁ ପୋଲିସ ନିକଟରେ ଗିରଫ କରିଥିଲା ।

Comments are closed.