ମୃଦୁ ପାନୀୟ କମ୍ପାନୀରେ ଚଢାଉ

ଭୁବନେଶ୍ୱର,୨ ।୨: କଟକ ଓ ଭୁବନେଶ୍ୱର ବ୍ୟତିତ ରାଜ୍ୟର ବିଭିନ୍ନ ସହରରେ ନକଲି ଦ୍ରବ୍ୟ ଠାବ କରାଯାଉଛି । ଏହାରି ମଧ୍ୟରେ ଆଜି ନକଲି ମୃଦ୍ୟୁ ପାନୀୟ କମ୍ପାନୀ ଉପରେ ପୋଲିସ ଚଢାଉ କରିଛି । ଏହି ଘଟଣା ଭୁବନେଶ୍ୱର ଅନ୍ତର୍ଗତ ମଞ୍ଚଶ୍ୱରରେ ଘଟିଯାଇଛି । ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା କମ୍ପାନୀ ଉପରେ ପୋଲିସର ସ୍ୱତନ୍ତ୍ର ଟିମ୍ ଚଢାଉ କରିଛି । ମୃଦୁ ପାନୀୟରେ ଅପମିଶ୍ରଣ ହେଉଥିବା ଖବର ପାଇ ପୋଲିସ ରେଡ୍ କରିଥିବା ସୂଚନା ମିଳିଛି । ନାମୀଦାମୀ କମ୍ପାନୀର ନାଁ ବଦଳାଇ ମୃତ୍ୟୁ ପାନୀୟ ବିକ୍ରିି କରୁଥିବା ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ନକଲି ଜର୍ଦା, ପନିର ଓ ଘିଅ ଆଦି ଜବତ କରାଯଇଛି ।

Comments are closed.