ଏଥର ରହିବ ପ୍ରଶ୍ନକାଳ, ପ୍ରତିଦିନ ବିଧାନସଭା ସାନିଟାଇଜ: ବାଚସ୍ପତି
ଭୁବନେଶ୍ୱର, ୨ା୨ : ଆସନ୍ତା ଫେବୃଆରୀ ୧୮ ତାରିଖରୁ ଓଡ଼ିଶା ବିଧାନସଭା ଅଧିବେଶନ ଆରମ୍ଭ ହେବ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ। ଚଳିତ ଥର ପ୍ରଶ୍ନକାଳ ରହିବ । ଏଥର ମୋଟ୍ ୩୧ ଦିନିଆ କାର୍ଯ୍ୟଦିବସ ରହିଛି ବୋଲି ବୋଲି ଜଣାପଡ଼ିଛି। ଫେବ୍ରୁଆରୀ ୧୮ ତାରିଖରୁ ରାଜ୍ୟ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି ଯେ, ‘ଚଳିତ ବିଧାନସଭାରେ ରହିବ ପ୍ରଶ୍ନକାଳ । ଏଥର ୩୧ ଦିନିଆ କାର୍ଯ୍ୟ ଦିବସ ରହିଥିବାବେଳେ ୨୨ରେ ବଜେଟ ଉପସ୍ଥାପନ କରାଯିବ ଏବଂ ୨୫ରେ ଆଲୋଚନା ହେବ। ବିଧାନସଭାରେ କୋଭିଡ୍ କଟକଣା ରହିବ। କିନ୍ତୁ କିଛି ନିୟମ କୋହଳ ହେବ। ବିଧାନସଭା ଯିବା ପୂର୍ବରୁ କୋଭିଡ୍ ଟେଷ୍ଟ ବାଧ୍ୟତାମୂଳକ ନୁହେଁ। ଲକ୍ଷଣ ପ୍ରକାଶ ପାଇଲେ ବିଧାୟକମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରାଯିବ । ବିଧାୟକ କିମ୍ବା ମନ୍ତ୍ରୀ ଚାହିଁଲେ ଭିଡିଓ କନଫରେନ୍ସିଂରେ ନିଜ ଅଫିସରୁ ଉପସ୍ଥିତ ରହିପାରିବେ।’ ଏହା ସହ ପ୍ରତିଦିନ ବିଧାନସଭା ସାନିଟାଇଜ ହେବ ବୋଲି ବାଚସ୍ପତି କହିଛନ୍ତି ।
Comments are closed.