ଓଡିଶା FC ମୁଖ୍ୟ କୋଚ୍ ବହିଷ୍କୃତ

ଭୁବନେଶ୍ୱର,୨ ।୨: ଆଇଏସଏଲରେ ଓଡିଶା ଫୁଟବଲ କ୍ଲବର ମୁଖ୍ୟ କୋଚ ବହିଷ୍କୃତ ହୋଇଛନ୍ତି । କୋଚ୍ ଷ୍ଟୁଆର୍ଟ ବାକ୍ସଟରଙ୍କ ସହ ଚୁକ୍ତି ବାତିଲ କରିଛି ଓଡିଶା ଏଫସି । ମ୍ୟାଚ ରେଫରୀଙ୍କ ନିଷ୍ପତ୍ତି ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ ଷ୍ଟୁଆର୍ଟ । ଗତକାଲି ଗୋଆରେ ଜାମସେଦପୁରଠୁ ହାରିବା ପରେ ଷ୍ଟୁଆର୍ଟ ଏପରି ନ୍ତ୍ୱ୍ୟ ଦେଇଥିଲେ । କୋଚଙ୍କ ମନ୍ତବ୍ୟ ପାଇଁ ଜନସାଧାରଣଙ୍କୁ କ୍ଷମା ମାଗିଛି ଓଡିଶା ଏଫସି । ଖୁବଶୀଘ୍ର ମଧ୍ୟବର୍ତ୍ତୀକାଳୀନ କୋଚଙ୍କ ନାଁ ଘୋଷଣା କରିବ କ୍ଲବ୍ ।

Comments are closed.